ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଚସ୍ପତିଙ୍କ ରୁଲିଂକୁ ବିରୋଧ କରି ବରୋଧୀ ହଙ୍ଗାମା କରିବାରୁ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ଗୃହ ଚାଲିପାରିନି। ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଗୃହକୁ ୩ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।

ଶୁକ୍ରବାର ବାଚସ୍ପତି ଯେଉଁ ରୁଲିଂ ଦେଇଥିଲେ ତାକୁ ନେଇ ଆଜି ପ୍ରଶ୍ନକାଳ ଆରମ୍ଭରୁ ଜୋରଦାର ବିରୋଧ କରିଥିଲେ ବିରୋଧୀ। ଗୃହ ମଧ୍ୟ ଭାଗକୁ ଆସି ହଙ୍ଗାମା କରିଥିଲେ। ଏଥିପାଇଁ ପ୍ରଶ୍ନକାଳ ଚାଲିପାରିନଥିଲା। ଫଳରେ ପ୍ରଥମେ ଦିନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବୀ ଘୋଷଣା ହୋଇଥିଲା। ଏହାପରେ ମଧ୍ୟ ଗୃହ କାର୍ଯ୍ୟ ଚାଲିନପାରିବାରୁ ଗୃହ ଅପରାହ୍‌ଣ ୩ଟା ଯାଏଁ ମୁଲତବୀ ଘୋଷଣା କରାଯାଇଛି।

ଗତକାଲି ଗୃହର ଅଫିସର ଗ୍ୟାଲେରିରେ ଅଫିସର ଉପସ୍ଥିତ ନଥିଲେ। ଏନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନୀପତି ପ୍ରଶ୍ନ ଉଠାଇଥିଲେ। ଏହାକୁ ନେଇ ଗୃହରେ ହଙ୍ଗାମା ହୋଇଥିଲା। ଫଳରେ ବିଧାନସଭାର ମଧ୍ୟଭାଗକୁ ବିରୋଧୀ ଆସିଲେ ଗଣମାଧ୍ୟମ ଖବର ପ୍ରସାରଣ କରିପାରିବେ ନାହିଁ। ବିଧାୟକଙ୍କ ବିରୋଧକୁ ଗଣମାଧ୍ୟମ ଦେଖାଇପାରିବନି ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ରୁଲିଂ ଦେଇଥିଲେ। ଏହି ରୁଲିଂକୁ ବାଚସ୍ପତି ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ।

Comment