ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ବହୁ ଚର୍ଚ୍ଚିତ ଟେଲିଭିଜନ ସୋ’ ବିଗ୍ ବସ୍ ସିଜିନ୍ ୧୩ର ବିଜେତା ହେଲେ ସିଦ୍ଧାର୍ଥ ଶୁକ୍ଲା। ଶନିବାର ସୋ’ର ଗ୍ରାଣ୍ଡ ଫିନାଲେରେ ତାଙ୍କୁ ବିଜେତା ଭାବେ ଘୋଷଣା କରାଯାଇଛି।

ଅନ୍ୟ ପ୍ରତିଯୋଗୀଙ୍କୁ ପଛରେ ପକାଇ ସିଦ୍ଧାର୍ଥ ଏଥର ବିଗ୍ ବସର ୱିନର୍ ହୋଇପାରିଛନ୍ତି। ତାଙ୍କୁ ଟ୍ରଫି ସହିତ ୪୦ ଲକ୍ଷ ଟଙ୍କା ଦେଇ ପୁରସ୍କୃତ କରାଯାଇଛି। ଗ୍ରାଣ୍ଡ ଫିନାଲେ ପୂର୍ବରୁ ଅନଲାଇନ୍ ପୋଲରେ ମଧ୍ୟ ସିଦ୍ଧାର୍ଥ ଅନ୍ୟ ପ୍ରତିଯୋଗୀଙ୍କଠାରୁ ଆଗରେ ରହିଥିଲେ।

ବିଗ୍ ବସ ଟ୍ରଫି ଜିତିବା ପାଇଁ ସିର୍ଦ୍ଧାର୍ଥଙ୍କ ସହ ରଶ୍ମୀ ଦେଶାଇ, ଆସିମ୍ ରିୟାଜ୍, ଶେହନାଜ୍ ଗିଲ୍, ପାରସ୍ ଛାବରା ଓ ଆରତୀ ସିଂହ ପ୍ରମୁଖ ଦୌଡ଼ରେ ଥିଲେ। ସମସ୍ତଙ୍କୁ ପଛରେ ପକାଇ ସିର୍ଦ୍ଧାର୍ଥ ଏଥର ବିଗ୍ ବସ୍ ଟ୍ରଫି ହାତେଇଛନ୍ତି। ଏଥିସହିତ ଶେଷ ଦିନରେ ସୋ’ର ହୋଷ୍ଟ ଥିବା ସଲମାନ ଖାନ୍ ପ୍ରତିଯୋଗୀ ଶେହନାଜ୍ ଗିଲଙ୍କୁ ବିଗବସ ଇତିହାସର ସବୁଠାରୁ ନିଆରା ପ୍ରତିଯୋଗୀ ବୋଲି କହିଛନ୍ତି।

Comment