ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଗ୍‌ ବସ୍‌ ବିଜେତା ସିର୍ଦ୍ଧାର୍ଥ ଶୁକ୍ଳା ଛୋଟ ପରଦାରେ ଜଣେ ଜଣାଶୁଣା ଚେହେରା। ଦୀର୍ଘଦିନରୁ ଟେଲିଭିଜନ ଜଗତରେ ବେଶ୍‌ ସିକ୍ରିୟ ଅଛନ୍ତି ସେ। ସିରିଏଲରେ ବିଭିନ୍ନ ଭୂମିକାରେ ସିଦ୍ଧାର୍ଥଙ୍କୁ ଦେଖିଛନ୍ତି ଦର୍ଶକ। ସିରିଏଲରେ ତାଙ୍କ ହିଟ୍‌ ଆଣ୍ଡ ଫିଟ୍‌ ଲୁକ୍‌ ପାଇଁ ଦର୍ଶକଙ୍କ ତାଙ୍କୁ ଅଧିକ ପସନ୍ଦ କରନ୍ତି। ତେବେ ଆସନ୍ତୁ ଜାଣିବା ନିଜକୁ ଫିଟ୍‌ ରଖିବା ଲାଗି କ’ଣ କରନ୍ତି ସିଦ୍ଧାର୍ଥ?

ନିଜକୁ ଫିଟ୍‌ ରଖିବାକୁ ସିଦ୍ଧାର୍ଥ ପ୍ରତିଦିନ ବ୍ୟାୟାମ କରନ୍ତି। ବ୍ୟାୟାମ ବ୍ୟତୀତ ପ୍ରତିଦିନ ଜିମ୍‌ରେ ୨ ଘଣ୍ଟା ସେ ଝାଳ ବୁହାଇଥାନ୍ତି। ସିଦ୍ଧାର୍ଥ ଓଜନ ହ୍ରାସ କରିବାକୁ ଡ୍ୟାନ୍ସ ମଧ୍ୟ କରଥାନ୍ତି। ସିଦ୍ଧାର୍ଥଙ୍କ କହିବା କଥା ଯଦି କେବେ ଜିମ୍‌ ଯାଇ ଯାଇ ବୋର୍‌ ଅନୁଭବ କରନ୍ତି ସେଦିନ ସେ ଘରେ ଡ୍ୟାନ୍ସ କରନ୍ତି।

ଏହାଛଡ଼ା ନିଜ ଖାଇବା ପିଇବା ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେଇଥାନ୍ତି। ସକାଳ ଜଳଖିଆରେ ପ୍ରୋଟିନ ସେକ୍‌, ଓଟ୍ସ୍ ଖାଇଥାନ୍ତି। ଲଞ୍ଚ୍‌ରେ ସେ କେବଳ ଭାରତୀୟ ଖାଦ୍ୟ ଖାଇଥାନ୍ତି। ଜଙ୍କ୍‌ ଫୁଡରୁ ନିଜକୁ ସେ ଦୂରେଇ ରଖନ୍ତି।

Comment