ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୨୯ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଛି କଲର୍ସ ଚ୍ୟାନେଲର ଲୋକପ୍ରିୟ ରିଆଲିଟି ସୋ’ ‘ବିଗ୍ ବସ୍ ସିଜନ୍-୧୩’। ଏହାକୁ ଅତ୍ୟଧିକ ରୋମାଞ୍ଚକ ବନେଇବା ପାଇଁ ପ୍ରତି ସିଜନରେ କିଛି ନା କିଛି ନୂଆ ଟୁଇଷ୍ଟ କରାଯାଏ। କିନ୍ତୁ ପୁର୍ବରୁ କରାଯାଇଥିବା ଟୁଇଷ୍ଟ କେବଳ ସେଥିରେ ଭାଗ ନେବା ସେଲିବ୍ରିଟି ପ୍ରତିଯୋଗୀଙ୍କ ପାଇଁ ଥିଲା। କିନ୍ତୁ ଏଥର ବିଗ୍‌ବସ୍‌ ସିଜନ୍‌ ଟୁଇଷ୍ଟ୍ ଦେଖଣାହାରୀ ତଥା ବିଗ ବସ୍ ଫ୍ୟାନମାନଙ୍କ ପାଇଁ।

ଏଥର ସିଜନରେ ବିଗ୍‌ବସ୍ ଫ୍ୟାନମାନଙ୍କୁ ପ୍ରତିଦିନ ଗୋଟିଏ ଲେଖାଏଁ ତେଢ଼ା ଟାସ୍କ୍ ବା ଅଜବ ଟାସ୍କ ଦିଆଯିବ। ସେହି ଟାସ୍କକୁ ପୁରା କରି ବିଗ୍‌ବସର ପେଜ୍ ସହିତ BB13TedhaTask ଟ୍ୟାଗ୍ କରିବାକୁ ହେବ। ସବୁ ତେଢ଼ା ଟାସ୍କକୁ ସଫଳ ଭାବେ ପୁରା କରିବା ବ୍ୟକ୍ତିକୁ ବିଗ୍‌ବସ୍ ହାଉସରେ ଏଣ୍ଟ୍ରି କରିବା ସୁଯୋଗ ମିଳିବ। କଲର୍ସ ଚ୍ୟାନେଲର ଅଫିସିଆଲ୍ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଭିଡିଓ ଦେଇ ଏହି ଘୋଷଣା କରାଯାଇଛି।

ଏହାର ପ୍ରଥମ ତେଢ଼ା ଟାସ୍କ ବି ପୋଷ୍ଟ କରାଯାଇଛି। ଟାସ୍କଟି ହେଲା ୧ ମିନିଟ୍ ଯାଏଁ ତେଢ଼ା ହୋଇ ଦୌଡ଼ିବେ। ଏହି ଟାସ୍କ ପୁରା କରି ବିଗ୍‌ବସକୁ ଟ୍ୟାଗ୍ କରିବା ଫ୍ୟାନ୍‌କୁ ବିଗ୍ ବସ୍ ସେଟ୍ ବୁଲିବାକୁ ସୁଯୋଗ ମିଳିବ।

ଚଳିତ ସିଜନ୍‌ରେ ବିଗବସ୍‌ରେ ହରର୍ ଥିମ୍ ରଖାଯାଇଛି।

Comment