ଓଡ଼ିଶାଲାଇଭ୍ ବ୍ୟୁରୋ

ବିଗ୍ ବସ୍ ୧୩ତମ ସିଜିନ୍ ଏକ ସୁପରହିଟ୍ ସୋ’ ଥିଲା। ଏହି ସୋ’ ଚାଲିଥିବା ସମୟରେ ରଶ୍ମୀ ପୂରା ଚର୍ଚ୍ଚାରେ ଥିଲେ। କିନ୍ତୁ ବିଗ୍ ବସ୍ ପୂର୍ବରୁ ମଧ୍ୟ ରଶ୍ମୀ ଦେଶାଇ ଟିଭିର ଏକ ପରିଚିତ ଚେହେରା ଥିଲେ। ହେଲେ ରଶ୍ମୀଙ୍କୁ ଏହି ସଫଳତା ପାଇବାକୁ ବହୁତ ସଂଘର୍ଷ କରିବାକୁ ପଡ଼ିଛି।

ଏକ ସାକ୍ଷାତକାରରେ ରଶ୍ମୀ କହିଥିଲେ ‘‘ମୁଁ ଡ୍ୟାନ୍ସକୁ ବହୁତ ଭଲ ପାଏ। ପିଲାବେଳୁ ଡ୍ୟାନ୍ସ ଶିଖୁଥିଲି। କିନ୍ତୁ ମୋ ମା’ ଡ୍ୟାନ୍ସ କ୍ଲାସ୍ ପାଇଁ ୩୫୦ ଟଙ୍କା ଦେବାକୁ ଅସମର୍ଥ ଥିଲେ। ମୋ ମା’ ଏକ ସରକାରୀ ସ୍କୁଲରେ ଶିକ୍ଷକ ଥିଲେ। ସେ ଡ୍ୟାନ୍ସ ଶିକ୍ଷକଙ୍କୁ ଅନୁରୋଧ କରି ଡ୍ୟାନ୍ସ କ୍ଲାସରେ ମୋର ଆଡମିସନ କରାଇଥିଲେ’’।

ରଶ୍ମୀ ଭାରତନାଟ୍ୟମ ଶିକ୍ଷା କରୁଥିଲେ। ତା’ ପରେ ବଲିଉଡ ଶିଖିଥିଲେ। ଯେତେବେଳେ ଡ୍ୟାନ୍ସ ଶିକ୍ଷକ କ୍ଲାସରେ ରହୁନଥିଲେ ସେତେବେଳେ ରଶ୍ମୀ ଛୋଟ ପିଲାଙ୍କୁ ନାଚ ଶିଖାଉଥିଲେ।

Comment