ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀ ସାକ୍ଷୀଗୋପାଳସ୍ଥିତ ଆଚାର୍ଯ୍ୟ ହରିହର ଶିଶୁ ଭବନରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ପ୍ରାର୍ଥୀମାନେ ଫେବ୍ରୁଆରି ୨୭ ତାରିଖ ଯାଏଁ ଆବେଦନ କରିପାରିବେ। ଏହି ନିଯୁକ୍ତି ଚୁକ୍ତିଭିତ୍ତିକ ରହିବ।

ପଦବୀ ଏବଂ ଶିକ୍ଷାଗତ ଯୋଗ୍ୟତା:

  • ସୁପେରିନ୍‌ଟେଣ୍ଡେଟ୍‌- ଗୋଟିଏ ପଦବୀ- ସୋସିଆଲ୍‌ ଓ୍ଵାର୍କ/ସୋସିଓଲୋଜୀ/ଆନ୍ଥ୍ରୋପୋଲୋଜୀ/ସାଇକୋଲୋଜୀରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବେ ବା ଏମ୍‌ବିଏ ଡିଗ୍ରୀ ହାସଲ କରିଥିବେ।
  • କାଉନ୍‌ସେଲର୍‌- ଗୋଟିଏ ପଦବୀ- ସୋସିଆଲ୍‌ ଓ୍ଵାର୍କ/ସୋସିଓଲୋଜୀ/ସାଇକୋଲୋଜୀ/ ସୋସିଆଲ୍‌ ସାଇନ୍ସରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବେ। କମ୍ପ୍ୟୁଟରରେ ଜ୍ଞାନ ଥିବା ଆବଶ୍ୟକ।
  • କେସ୍‌ ଓ୍ଵାର୍କର୍/ଶିଶୁ କଲ୍ୟାଣ ଅଧିକାରୀ- ଗୋଟିଏ ପଦବୀ- ଓ୍ଵାର୍କ/ସୋସିଓଲୋଜୀ/ଆନ୍ଥ୍ରୋପୋଲୋଜୀ/ସାଇକୋଲୋଜୀରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବେ ବା ଏମ୍‌ବିଏ ଡିଗ୍ରୀ ହାସଲ କରିଥିବେ।
  • ପାରାମେଡିକାଲ ଷ୍ଟାଫ୍‌- ଗୋଟିଏ ପଦବୀ- କୋମାଉଣ୍ଡର/ଫାର୍ମାସିଷ୍ଟ କିମ୍ବା ଆୟୁର୍ବେଦିକ/ହୋମିଓପାଥିକ/ୟୁନାନୀରେ ଡିପ୍ଲୋମା କରିଥିବେ।
  • ଷ୍ଟୋର୍‌ କମ୍‌ ଆକାଉଣ୍ଟାଣ୍ଟ୍‌- ଗୋଟିଏ ପଦବୀ- କମର୍ସରେ ସ୍ନାତକୋତ୍ତର ଡିଗ୍ରୀ କିମ୍ବା ଫାଇନାନ୍ସରେ ଏମ୍‌ବିଏ କରିଥିବେ।
  • ରୋଷେୟା- ଗୋଟିଏ ପଦବୀ
  • ହେଲ୍‌ପର୍‌- ଗୋଟିଏ ପଦବୀ

ଆବେଦନ ପ୍ରକ୍ରିୟା:

ଇଚ୍ଛୁକ ପ୍ରାର୍ଥୀମାନେ ନିଜର ଆବେଦନ ପତ୍ରକୁ ଫେବ୍ରୁଆରି ୨୭ ସଂଧ୍ୟା ୫ ଟା ସୁଦ୍ଧା ନିମ୍ନଲିଖିତ ଠିକଣାରେ ପହଞ୍ଚାଇବାକୁ ବିଜ୍ଞପ୍ତଚିରେ କୁହାଯାଇଛି।

ଠିକଣା– ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ସି-ବିଚ୍‌ ପୋଲିସ୍‌ ଷ୍ଟେସନ୍‌ ସାମନା, ଆଚାର୍ଯ୍ୟ ହରିହର ସ୍କୋୟାରସ ପୁରୀ- ୭୫୨୦୦୧

ଏହି ନିଯୁକ୍ତି ସମ୍ପର୍କିତ ଅଧିକ ତଥ୍ୟ ପାଇଁ puri.nic.in ଓ୍ଵେବ୍‌ସାଇଟ୍‌କୁ ଯାଆନ୍ତୁ।

Comment