ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଦେହଜୀବୀଙ୍କ ସଂଖ୍ୟା ନେଇ ବିଧାନସଭାରେ ତଥ୍ୟ ପ୍ରଦାନ କଲେ ମନ୍ତ୍ରୀ ନବ ଦାସ। ରାଜ୍ୟରେ ମୋଟ୍‌ ୧୦ ହଜାର ୨୧୦ ଜଣ ଦେହଜୀବୀ ରହିଛନ୍ତି। ସର୍ବାଧିକ ଦେହଜୀବୀ ବାଲେଶ୍ଵରରେ ଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

ବିଧାନସଭାରେ ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ନବ ଦାସ ଏହି ତଥ୍ୟ ପ୍ରଦାନ କରିଛନ୍ତି। ବାଲେଶ୍ଵରରେ ୧ ହଜାର ୫୦, କୋରାପୁଟ ଓ ମୟୂରଭଞ୍ଜରେ ୭୫୦, ଯାଜପୁର ଓ କେନ୍ଦୁଝରରେ ୭୦୦, ଖୋର୍ଦ୍ଧା ଜିଲ୍ଲାରେ ୬୧୦ ଓ କଟକରେ ୨୫୦ ଦେହଜୀବୀ ଥିବା ସୂଚନା ମିଳିଛି।

ନିକଟରେ ଭୁବନେଶ୍ଵରରେ ଚଢ଼ାଉ କରି ଏକାଧିକ ବାଂଲାଦେଶୀ ଦେହଜୀବୀଙ୍କୁ ଉଦ୍ଧାର କରିଥିଲା ପୋଲିସ। ଏହାସହ ଏହାର ମାଷ୍ଟର ମାଇଣ୍ଡଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ସେହିପରି ବାଲେଶ୍ଵରର ଏକ ହୋଟେଲରେ ଦେହ ବ୍ୟବସାୟ ହେଉଥିବାର ଏକ ଚିତ୍ର ମଧ୍ୟ ସାମ୍ନାକୁ ଆସିଥିଲା।

Comment