ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅନୁପ ସାଏଙ୍କୁ ଦୋଷୀ ପ୍ରମାଣିତ କରିବାକୁ ତଥ୍ୟ ଯୋଗାଡ଼ କରୁଛି ପୋଲିସ। ଏଥିପାଇଁ ନାର୍କୋ ଟେଷ୍ଟ କରିବ ପୋଲିସ।

ଝାରସୁଗୁଡ଼ା ଡବଲ ମର୍ଡରରେ ଅଧିକ ତଥ୍ୟ ଖୋଜୁଛି ପୋଲିସ। ଏନେଇ ଅନୁପ ସାଏଙ୍କୁ ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଛି ପୋଲିସ। ଏହାସହ ଅନୁପଙ୍କ ନାର୍କୋ ଟେଷ୍ଟ ପାଇଁ ମଧ୍ୟ ଆବେଦନ ହୋଇଛି। ଏହାର ଶୁଣାଣି ପାଇଁ ବୁଧବାର କୋର୍ଟରେ ହାଜର ହୋଇଛନ୍ତି ଅନୁପ ସାଏ ଓ ତାଙ୍କ ଡ୍ରାଇଭର।

ଝାରସୁଗୁଡ଼ା ମା-ଝିଅ ହତ୍ୟା ମାମଲାରେ ଅଧିକ ତଥ୍ୟ ଯୋଗାଡ଼ କରୁଛି ପୋଲିସ। ଏହି ହତ୍ୟାକାଣ୍ଡରେ ଅନ୍ୟ ଜଣେ ବ୍ୟକ୍ତି ଓ ଗୋଟେ ଇନୋଭା ଗାଡ଼ି ଥିବା ଛତିଶଗଡ଼ ପୋଲିସ ସନ୍ଦେହ କରୁଛି। ସେଥିପାଇଁ ଉଭୟଙ୍କୁ ରିମାଣ୍ଡେର ଆଣି ଜେରା କରିବ ପୋଲିସ। ଏହାସହ ନାର୍କୋ ଟେଷ୍ଟ ହେଲେ ଅନୁପ ଘଟଣା ବିଷୟରେ ସତ କଥା କହିବେ ବୋଲି ପୋଲିସ କହିଛି।

ପୂର୍ବରୁ ଏହି ଘଟଣାର ଛାନ୍‌ଭିନ ପାଇଁ ଝାରସୁଗୁଡ଼ାରେ ପହଞ୍ଚିଥିଲା ସ୍ଵତନ୍ତ୍ର ପୋଲିସ ଟିମ୍‌। ସେଠାରେ ଅନୁପଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବା ସହ ଅନୁପଙ୍କ ପୁତୁରା ଓ କଳ୍ପନାଙ୍କ ଭାଉଜଙ୍କୁ ମଧ୍ୟ ନୋଟିସ କରାଯାଇଥିଲା।

୨୦୧୬ ମସିହାର କଳ୍ପନା ଦାସ ଏବଂ ତାଙ୍କ ଝିଅ ହତ୍ୟା ମାମଲାରେ ଛତିଶଗଡ଼ ପୋଲିସ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଗିରଫ କରିଛି। ମୃତ କଳ୍ପନାଙ୍କ କଲ୍‌ ରେକର୍ଡ ଯାଞ୍ଚରୁ ଯାହା ପ୍ରମାଣ ମିଳିଛି ତାକୁ ଆଧାର କରି ପୋଲିସ ଅନୁପଙ୍କୁ ଗିରଫ କରିଥିଲା। ହେଲେ କୋର୍ଟରେ ଏହି ପ୍ରମାଣ ଅନୁପଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ସହାୟକ ହେବ ନାହିଁ ବୋଲି ଆଇନଜୀବୀମାନେ ମତ ଦେଉଛନ୍ତି। ଏଣୁ ଅନୁପଙ୍କୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରିବା ଲାଗି ଛତିଶଗଡ଼ ପୋଲିସ ଉଦ୍ୟମ ଚଳାଇଛି।

LEAVE A REPLY

Please enter your comment!
Please enter your name here