ଓଡ଼ିଶାଲାଇଭ୍‌ ବ୍ୟୁରୋ

ଝାରସୁଗୁଡ଼ା ଡବଲ ମର୍ଡର ଘଟଣାର ଡେମୋ ଦେଖାଇବେ ଅନୁପ ସାଏ ଓ ଡ୍ରାଇଭର ବର୍ଦ୍ଧନ ଟପ୍ପୋ। ଏନେଇ ସୂଚନା ଦେଇଛନ୍ତି ବିଳାଶପୁର ରେଞ୍ଜ ଆଇଜି ଦୀପାଂଶୁ କାବ୍ରା।

ବୁଧବାର ଅନୁପ ସାଏ ଓ ତାଙ୍କ ଡ୍ରାଇଭରଙ୍କୁ ରିମାଣ୍ଡରେ ଆଣିଥିଲା ଛତିଶଗଡ଼ ପୋଲିସ। ମା-ଝିଅ ହତ୍ୟା ମାମଲାର ଅଧିକ ତଥ୍ୟ ଓ ଏହି ହତ୍ୟା ମାମଲାରେ ଅନ୍ୟ କେହି ସମ୍ପୃକ୍ତିର ସନ୍ଦେହକୁ ଖୋଳତାଡ଼ କରିବା ପାଇଁ ରିମାଣ୍ଡରେ ଆଣିଥିଲା ପୋଲିସ। ହେଲେ ବିଳାଶପୁର ଆଇଜିଙ୍କ କହିବା ଅନୁସାରେ ଉଭୟ ଅନୁପ ଓ ବର୍ଦ୍ଧନ ଭିନ୍ନ ଭିନ୍ନ ବୟାନ ଦେଉଛନ୍ତି। ଉଭୟଙ୍କ ନାର୍କୋ ଟେଷ୍ଟ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଆଇଜି କହିଛନ୍ତି।

ଓଡ଼ିଶାରେ ତଦନ୍ତକାରୀ ଟିମ୍‌ ତଦନ୍ତ କରୁଛି। ଖୁବ୍‌ ଶୀଘ୍ର ଏହି ଘଟଣାର ସତ୍ୟାସତ୍ୟ ସମ୍ନାକୁ ଆସିବ ବୋଲି ଆଇଜି କହିଛନ୍ତି।

Comment