ଓଡ଼ିଶାଲାଇଭ୍‌ ବ୍ୟୁରୋ

ରିମାଣ୍ଡ ଅବଧି ସରିବା ପରେ ପୁଣି ଜେଲ୍‌ ଗଲେ ଅନୁପ ସାଏ। ୩ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ରାୟଗଡ଼ କୋର୍ଟରେ ହାଜର ହୋଇଥିଲେ ଅନୁପ ସାଏ। ହାଜର ହେବା ପରେ ତାଙ୍କୁ ପୁଣି ଜେଲ ପଠାଇ ଦିଆଯାଇଛି। ନାର୍କୋ ଟେଷ୍ଟ ନେଇ ଆବେଦନ ହୋଇଥିଲା ବେଳେ ଏହାର ଶୁଣାଣି ମଙ୍ଗଳବାର କରାଯିବ ବୋଲି ଜଣାପଡ଼ିଛି।

ଏହି ୩ଦିନିଆ ରିମାଣ୍ଡରେ ଅନୁପ ପୋଲିସକୁ ସହାୟତା କରିନଥିବା ସୂଚନା ମିଳିଛି। ଜେରା ବେଳେ ସେହି ପୁରୁଣା କଥା କହିଥିଲେ ଅନୁପ। ତେଣୁ ଦରକାର ପଡ଼ିଲେ ଅନୁପଙ୍କୁ ପୁଣି ରିମାଣ୍ଡରେ ନିଆଯିବ ବୋଲି କହିଛନ୍ତି ରାୟଗଡ଼ ଏସ୍‌ପି।

ଝାରସୁଗୁଡ଼ା ଡବଲ ମର୍ଡର ମାମଲାରେ ଗିରଫ ହୋଇଛନ୍ତି ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ ଓ ତାଙ୍କ ଡ୍ରାଇଭର। ଏହି ମାମଲାରେ ଅଧିକ ତଥ୍ୟ ପାଇଁ ପୋଲିସ ଜୋରଦାର ତଦନ୍ତ କରୁଛି। ଏହି ହତ୍ୟାକାଣ୍ଡରେ ଅନ୍ୟ ଜଣେ ଲୋକ ଓ ଗୋଟେ ଇନୋଭା ଗାଡ଼ି ସାମିଲ ଥିବା ପୋଲିସ ସନ୍ଦେହ କରୁଛି।

ଅନ୍ୟପକ୍ଷରେ ବ୍ରଜରାଜନଗରରେ ରହୁଥିବା ମୃତ କଳ୍ପନା ଦାସଙ୍କ ଭାଇ ବରରୁଣ ଦାସ ଓ ବଘରାଚକାରେ ରହୁଥିବା ଜଣେ ଭାଉଜଙ୍କୁ ନୋଟିସ କରିଛି ପୋଲିସ।

Comment