ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଟାଉନ ଥାନାରୁ ୨ ଜଣ ଅଭିଯୁକ୍ତ ଫେରାର ହେବା ଘଟଣାରେ ୪ ଜଣ ପୋଲିସ କର୍ମଚାରୀଙ୍କ ବିରୋଧରେ ବୁଧବାର ଦିନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାୟଗଡ଼ା ଏସପି ବିବେକାନନ୍ଦ ଶର୍ମା।

କାର୍ଯ୍ୟରେ ଅବହେଳା ପାଇଁ ସମ୍ପୃକ୍ତ ମାମଲା ଦାୟିତ୍ଵରେ ଥିବା ସବ ଇନ୍ସପେକ୍ଟର ବିକାଶ ପଟେଲ, କନଷ୍ଟେବଳ ପ୍ରସାଦ ହୁଇକା, ଓଏପିଏଫ ଦାଶରଥୀ କାଡ୍ରାକା ଓ ହୋମଗାର୍ଡ ଏମ୍‌. ଗୌରୀଶଙ୍କରଙ୍କୁ ନିଲମ୍ବିତ କରାଯାଇଛି।

ରାୟଗଡ଼ାରୁ ବାଇକ୍‌ ଚୋରି ଘଟଣାରେ ଟାଉନ ଥାନା ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଆନ୍ଧ୍ରପ୍ରଦେଶର ଟେକିଲିରୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତଙ୍କୁ ରାୟଗଡ଼ା ଟାଉନ ଥାନାରେ ରଖାଯାଇଥିବାବେଳେ ରବିବାର ରାତି ପ୍ରାୟ ୩ଟାରୁ ୪ଟା ମଧ୍ୟରେ ଥାନାରୁ ଅଭିଯୁକ୍ତମାନେ ଫେରାର ହୋଇଯାଥିଲେ। ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଥିବା ଏସପି କହିଛନ୍ତି।

Tags: #Rayagada #RayagadaPoliceStation #RayagadaPolice #PoliceSuspended

Comment