ଓଡ଼ିଶାଲାଇଭ୍‌ ବ୍ୟୁରୋ

ଝାରସୁଗୁଡ଼ା ଡବଲ ମର୍ଡର ଘଟଣାରେ ଅନୁପ ସାଏଙ୍କ ରିମାଣ୍ଡ ଅବଧି ବଢ଼ିଛି। ତାଙ୍କୁ ପୁଣି ଆଉ ଗୋଟିଏ ଦିନ ରିମାଣ୍ଡରେ ନେବା ପାଇଁ ରାୟଗଡ଼ ସିଜିଏମ୍‌ କୋର୍ଟ ପୋଲିସକୁ ଅନୁମତି ଦେଇଥିଲେ।

ପୋଲିସ ୩ ଦିନ ପାଇଁ ଅନୁମତି ମାଗିଥିଲେ ମଧ୍ୟ କୋର୍ଟ ଗୋଟିଏ ଦିନ ପାଇଁ ଅନୁମତି ଦେଇଛନ୍ତି।

ପୂର୍ବରୁ ପୋଲିସ ଅନୁପଙ୍କୁ ୩ ଦିନ ରିମାଣ୍ଡରେ ନେଇ ଜେରା କରିଥିଲା, ହେଲେ ସେଥିରୁ ପୋଲିସକୁ କୌଣସି ସୁରାକ ମିଳିପାରି ନଥିଲା। ଏଥିପାଇଁ ପୋଲିସ ଅଉେ ତିନି ଦିନ ପାଇଁ ଆବେଦନ କରିଥିଲା। ତେବେ ଅନୁପ ସାଏଙ୍କ ନାର୍କୋବା ବ୍ରେନ୍‌ ମ୍ୟାପିଂ ପାଇଁ ହୋଇଥିବା ଆବେଦନର ଶୁଣାଣି ହୋଇନାହିଁ ବୋଲି ରାୟଗଡ଼ ପୋଲିସ କହିଛି।

୨୦୧୬ ଏପ୍ରିଲ ମାସରେ ଝାରସୁଗୁଡ଼ା ସୀମାନ୍ତ ଛତିଶଗଡ଼ରେ ୩୨ ବର୍ଷୀୟା କଳ୍ପନା ଦାସ ଓ ତାଙ୍କର ୧୪ ବର୍ଷର ଝିଅ ପ୍ରଭାତୀ ଦାସଙ୍କୁ ହତ୍ୟା କରାଯାଇଥିଲା। ଉଭୟଙ୍କୁ ହତ୍ୟା କରାଯାଇ ଛତିଶଗଡ଼ ସୀମାରେ ଫିଙ୍ଗା ଯାଇଥିଲା। ଛତିଶଗଡ଼ ପୋଲିସ ମୃତଦେହ ଜବତ କରି ତଦନ୍ତ କରିଥିଲା। ତେବେ ଏହି ଘଟଣାରେ ଅନୁପ ସାଏଙ୍କ ସମ୍ପୃକ୍ତି ଜାଣିବା ପରେ ଫେବ୍ରୁଆରି ୧୩ ରେ ତାଙ୍କୁ ରାୟଗଡ଼ ପୋଲିସ ଗିରଫ କରିଥିଲା।

Comment