ଓଡ଼ିଶାଲାଇଭ୍‌ ବ୍ୟୁରୋ

ଝାରସୁଗୁଡ଼ା ଡବଲ୍ ମର୍ଡର ଘଟଣାରେ ଛତିଶଗଡ଼ ରାୟଗଡ଼ ଜେଲରେ ଥିବା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏନେଇ ଜେଲ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଅନୁପ ସାଏଙ୍କ ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିବାରୁ ରାୟଗଡ଼ର ଏକ ଡକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଛି।BGU

୨୦୧୬ରେ ଝାରସୁଗୁଡ଼ା ସୀମନ୍ତ ଛତିଶଗଡ଼ରେ କଳ୍ପନା ଦାସ ଏବଂ ତାଙ୍କ ଝିଅଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡର ୩ ବର୍ଷ ପରେ ଅନୁପ ନିକଟରେ ପହଞ୍ଚିଥିଲା ପୋଲିସ। ଏହି ମାମଲାରେ ଗତ ଫେବ୍ରୁଆରି ମାସରେ ଅନୁପଙ୍କୁ ଗିରଫ କରାଯାଇଥିଲା। ରାୟଗଡ ଜେଲରେ ୭ ମାସରୁ ଅଧିକ ଦିନ ହେଲା ଅଛନ୍ତି ଅନୁପ ସାଏ।

Comment