ଓଡ଼ିଶାଲାଇଭ୍‌ ବ୍ୟୁରୋ

ଝାରସୁଗୁଡ଼ା ଡବଲ ମର୍ଡରରେ ଗିରଫ ହୋଇଥିବା ଅନୁପ ସାଏଙ୍କ ପରିବାର ଏହି ହତ୍ୟାକାଣ୍ଡରେ ସିବିଆଇ ତଦନ୍ତ ଦାବି କରିଛନ୍ତି। ଏହାସହ ଶନିବାର ରାତିରୁ ଅନୁପ ସାଏଙ୍କ ପୂରା ପରିବାର ସୁରକ୍ଷା ଦାବି କରି ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ମାନରେ ଧାରଣା ଦେଇଛନ୍ତି। ତାଙ୍କୁ ରାୟଗଡ଼ ପୋଲିସ ଧମକ ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି।

ପୋଲିସ ତଦନ୍ତ ନାଁରେ ସେମାନଙ୍କୁ ହଇରାଣ କରୁଥିବା ଅନୁପଙ୍କ ପରିବାର ଅଭିଯୋଗ କରିଛି। ଏହାସହ ଅନୁପଙ୍କ ପୁଅକୁ ଉଠାଇ ନେବାକୁ ଛତିଶଗଡ଼ ପୋଲିସ ଧମକ ଦେଉଛି ବୋଲି ଅଭିଯୋଗ କରିଛନ୍ତି ଅନୁପ ସାଏଙ୍କ ସ୍ତ୍ରୀ।

କଳ୍ପନା ଦାସ୍‌ ଓ ତାଙ୍କ ଝିଅ ହତ୍ୟା ମାମଲାରେ ପୋଲିସ ଅଧିକ ତଥ୍ୟ ପାଇଁ ଖୋଳତାଡ଼ ଜାରି ରଖିଛି। ଅନୁପ ସାଏ ଓ ତାଙ୍କ ଡ୍ରାଇଭରଙ୍କ ସହ ଅନ୍ୟ ଜଣେ ବ୍ୟକ୍ତି ସମ୍ପୃକ୍ତି ଓ ଥିବା ପୋଲିସ ସନ୍ଦେହ କରୁଛି। ସେହିପରି ହତ୍ୟାକାଣ୍ଡରେ ଗୋଟିଏ ଇନୋଭା ଗାଡ଼ି ମଧ୍ୟ ବ୍ୟବହାର ହୋଇଥିବା ପୋଲିସ କହିଛି।

ଏହି ଘଟଣାରେ ଅଧିକ ଖୋଳତାଡ଼ ପାଇଁ ପୋଲିସ ଅନୁପ ସାଏଙ୍କୁ ୩ ଦିନିଆ ରିମାଣ୍ଡରେ ଆଣି ପଚରା ଉଚରା କରିଥିଲା। ହେଲେ ଏତିରେ ଅଧିକ ତଥ୍ୟ ହାତରେ ଲାଗି ନଥିବା ପୋଲିସ କହିଛି। ଦରକାର ପଡ଼ିଲେ ପୁଣି ଥରେ ରିମାଣ୍ଡରେ ନିଆଯିବ ବୋଲି ରାୟଗଡ଼ ଏସ୍‌ପି କହିଛନ୍ତି।

୨୦୧୬ ମସିହାର କଳ୍ପନା ଦାସ ଏବଂ ତାଙ୍କ ଝିଅ ହତ୍ୟା ମାମଲାରେ ଛତିଶଗଡ଼ ପୋଲିସ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଗିରଫ କରିଛି। ମୃତ କଳ୍ପନାଙ୍କ କଲ୍‌ ରେକର୍ଡ ଯାଞ୍ଚରୁ ଯାହା ପ୍ରମାଣ ମିଳିଛି ତାକୁ ଆଧାର କରି ପୋଲିସ ଅନୁପଙ୍କୁ ଗିରଫ କରିଥିଲା। ହେଲେ କୋର୍ଟରେ ଏହି ପ୍ରମାଣ ଅନୁପଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ସହାୟକ ହେବ ନାହିଁ ବୋଲି ଆଇନଜୀବୀମାନେ ମତ ଦେଉଛନ୍ତି। ଏଣୁ ଅନୁପଙ୍କୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରିବା ଲାଗି ଛତିଶଗଡ଼ ପୋଲିସ ଉଦ୍ୟମ ଚଳାଇଛି।

Comment