ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀ ବେଳାଭୂମିରେ ଆୟୋଜିତ ହୋଇଛି ୫ ଦିନିଆ ଚଳଚ୍ଚିତ୍ର ମହୋତ୍ସବ ‘ବାୟୋଫ’। ଏଥିରେ ନବାଗତ ଓ ଅଭିଜ୍ଞ ଚଳଚ୍ଚିତ୍ର ପ୍ରଯୋଜକମାନେ ଯୋଗ ଦେଇଥିଲେ। ପ୍ରଥମ ଦିନରେ ଡାକ ବିଭାଗ ପକ୍ଷରୁ ଏକ ସ୍ମାରକୀ କାର୍ଡ ପ୍ରଚଳିତ ହୋଇଛି। ଅତିଥିମାନେ ଉଦ୍‌ଘାଟନୀ ଉତ୍ସବରେ କାର୍ଡକୁ ପ୍ରଦର୍ଶିତ କରିଥିଲେ। ଶନିବାର ଏହି କାର୍ଯ୍ୟକ୍ରମ ଦ୍ଵିତୀୟ ଦିନରେ ପହଞ୍ଚିଛି।

ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଏହି ଉତ୍ସବକୁ ନିଆରା ଢ଼ଙ୍ଗରେ ଉଦ୍‌ଘାଟନ କରାଯାଇଛି। ଏହାକୁ ଉଦ୍‌ଘାଟନ କରିଥିଲେ ଅଷ୍ଟ୍ରିଆ ରାଜଧାନୀ ଭିଏନା ନିବାସୀ ପ୍ରତିଷ୍ଠିତ କବି, ଐତିହାସିକ ଓ ଶିକ୍ଷକ ଉଲେଟ୍‌ ଆଇଞ୍ଜେର। ଏହି ୫ ଦିନିଆ ନିଆରା ଚଳଚ୍ଚିତ୍ର ଉତ୍ସବର ଉଦ୍‌ଘାଟନୀ ସନ୍ଧ୍ୟାରେ ଇରାନୀ ପ୍ରାମାଣିକ ଚଳଚ୍ଚିତ୍ର ଓ୍ଵିମେନ ଓ୍ଵିଥ ଆଉଟ୍‌ ମ୍ୟାନ’ ପ୍ରଦର୍ଶନ ହୋଇଥିଲା।

ପୁରୀ ଚକ୍ରତୀର୍ଥ ବେଳାଭୂମିସ୍ଥିତ ପିଙ୍କ୍‌ ହାଉସ ନିକଟ ବେଳାଭୂମିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଫେବ୍ରୁଆରି ୨୫ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଉତ୍ସବରେ ଚଳିତ ବର୍ଷ ୮୦ରୁ ୧୦୦ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ।

LEAVE A REPLY

Please enter your comment!
Please enter your name here