ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ଡାକରେ ଓଡ଼ିଶା ସର୍କଲ ପାଇଁ ୩୦ଟି ପଦବୀରେ ଚାକିରି ସୁଯୋଗ। ୨୦୨୦ଜାନୁଆରି ୬ ତାରିଖ ଯାଏଁ କରିପାରିବେ ଆବେଦନ।

ଭାରତୀୟ ଡାକରେ ଓଡ଼ିଶା ସର୍କଲ ପାଇଁ ୩୦ଟି ପଦବୀରେ ନିଯୁକ୍ତି ଦିଆଯିବ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ପିଏ, ଏସ୍‌ଏପିଏ, ପୋଷ୍ଟମ୍ୟାନ, ମେଲ୍‌ଗାର୍ଡ ଓ ଏମ୍‌ଟିଏସ୍‌ ପଦବୀ ପାଇଁ ଦରଖାସ୍ତ ଆହ୍ଵାନ କରାଯାଉଛି। କେବଳ କ୍ରିଡ଼ାବିତ୍‌ମାନଙ୍କ ପାଇଁ ଏହି ପଦବୀ ରହିଛି। ଇଚ୍ଛୁକ ପ୍ରାର୍ଥୀମାନେ ୬ ଜାନୁଆରୀ ୨୦୨୦ ସୁଦ୍ଧା ଆବେଦନ କରିପାରିବେ।

ପଦବୀ

  • ପିଏ,ଏସ୍‌ଏପିଏ – (ରେସଲିଙ୍ଗ-୧, ବାସ୍କକେଟ ବଲ୍‌-୧, ଆଥଲେଟିକ-୨, ଫୁଟବଲ୍‌-୩, ହକି-୩, କ୍ରିକେଟ-୩, ଭଲି ବଲ୍‌-୩, ବ୍ୟାଡମିଣ୍ଟନ-୨, ଚେସ୍‌-୨, କ୍ୟାରମ-୨)
  • ପୋଷ୍ଟମ୍ୟାନ/ ମେଲ୍‌ଗାର୍ଡ – (ରେସଲିଙ୍ଗ-୧, ଭାରୋତ୍ତୋଳନ-୧, ବେଷ୍ଟ ଫିଜକ୍ୟୁ-୧, ବାସ୍କକେଟବଲ୍‌-୧, ଆଥଲେଟିକ୍ସ-୧)
  • ଏମ୍‌ଟିଏସ୍‌ – (ରେସଲିଙ୍ଗ-୧, ବେଷ୍ଟ ଫିଜକ୍ୟୁ-୧, ବାସ୍କେଟ ବଲ୍‌-୧, ଆଥଲେଟିକ୍ସ-୧)

ଶିକ୍ଷାଗତ ଯୋଗ୍ୟତା

୧୦ମ ଓ ଯୁକ୍ତ ଦୁଇ ଶିକ୍ଷାଲାଭ କରିଥିବା ଦରକାର।

ବୟସ ସୀମା

  • ୧୮-୨୭ ((ପିଏ,ଏସ୍‌ଏପିଏ, ପୋଷ୍ଟମ୍ୟାନ/ ମେଲ୍‌ଗାର୍ଡ)
  • ୧୮-୨୫ (ଏମ୍‌ଟିଏସ୍‌)

କ୍ରିଡ଼ା ଯୋଗ୍ୟତା

  • ପ୍ରାର୍ଥୀ ନିଜ ଦେଶ କିମ୍ଵା ରାଜ୍ୟ ତରଫରୁ ଜାତୀୟ ଓ ଅନ୍ତର୍ଜାତୀୟ ଖେଳିଥିବା ଆବଶ୍ୟକ।
  • ପ୍ରାର୍ଥୀ ବିଶ୍ଵବିଦ୍ୟାଳୟ ତରଫରୁ ମଧ୍ୟ ଉପରଲିଖିତ ଯେକୌଣସି କ୍ରିଡ଼ାରେ ଖେଳିଥିବା ଆବଶ୍ୟକ।
  • ଏହାସହ ସ୍କୁଲରେ ରାଜ୍ୟ ଜାତୀୟ ସ୍କୁଲ ଦଳ କିମ୍ଵା ସ୍କୁଲ ଦ୍ଵାରା ଅଲ୍‌ ଇଣ୍ଡିଆ ସ୍କୁଲ ଗେମ୍‌ ଫେଡେରେସନ ଦ୍ଵାରା ମଧ୍ୟ ଖେଳିଥିବା ଦରକାର।

କେମିତି କରିବେ ଆବେଦନ

  • ପ୍ରାର୍ଥୀ ଓ୍ଵେବସାଇଟ୍‌ indianpost.gov.in କୁ ଯାଇ ବିଜ୍ଞାପନ ଦେଖିବା ସହ ଦରଖାସ୍ତ ଫର୍ମ ଡାଉନଲୋର୍ଡ କରିପାରିବେ।
  • ଆବେଦନ ପାଇଁ ସମସ୍ତ ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ପତ୍ର ଆବଶ୍ୟକ।
  • ଏହାସହ କ୍ରିଡ଼ା ପ୍ରମାଣପତ୍ର, ଜାତି ପ୍ରମାଣପତ୍ର ଓ ୨ଟି ପାସପୋର୍ଟ ସାଇଜ ଫଟୋ ଆବଶ୍ୟକ।
  • ନିଜ ଯେକୌଣସି ପ୍ରମାଣପତ୍ର ଭୋଟର କାର୍ଡ, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ, ଆଧାର କାର୍ଡର ଜେରକ୍ସ ଆବଶ୍ୟକ।
  • ପରେ ସବୁକୁ ଏକ ଲଫାପାରେ ଭର୍ତି କରି ଆସିଷ୍ଟାଣ୍ଟ ଡିରେକ୍ଟର ଓ ସେକ୍ରେଟେରି, ଚିଫ ପୋଷ୍ଟ ମାଷ୍ଟର ଜେନେରାଲ, ଓଡ଼ିଶା ସର୍କଲ, ଭୁବନେଶ୍ଵର-୭୫୧୦୦୧ ଠିକଣାରେ ପଠାଇବାକୁ ହେବ।

Comment