ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ଵରସ୍ଥିତ ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ୍‌ କର୍ପୋରେସନ୍‌ ଲିମିଟେଡ୍‌ର ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ଫେବ୍ରୁଆରି ୨୫ ତାରିଖ ସୁଦ୍ଧା ଆବେଦନ କରିପାରିବେ।

ଡିଷ୍ଟ୍ରିକ୍ଟ ମ୍ୟାନେଜର-ଗ୍ରୁପ୍‌ ବି: (ଗୋଟିଏ ପଦବୀ)

  • ଶିକ୍ଷାଗତ ଯୋଗ୍ୟତା- ଏଗ୍ରିକଲ୍‌ଚର୍‌ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିବା ସହ ଏଗ୍ରିକଲ୍‌ଚର୍‌ ମେକାନିଜିମ୍/ମାଟି/ଜଳ ସଂରକ୍ଷଣ/ଇରିଗେସନ୍‌ ଆଣ୍ଡ ଡ୍ରେନେଜ୍‌ ବିଭାଗରେ ଅତିକମ୍‌ରେ ୨ ବର୍ଷର ଅଭିଜ୍ଞତା ଥିବ।
  • ବୟସ ସୀମା- ୨୦୨୦ ଜାନୁଆରି ୧ ସୁଦ୍ଧା ୩୪ ବର୍ଷରୁ କମ୍‌ ବୟସ୍କ

ଆକାଉଣ୍ଚସ୍‌ ଅଫିସର୍‌-ଗ୍ରୁପ୍‌ ବି: (୨ଟି ପଦବୀ)

  • ଶିକ୍ଷାଗତ ଯୋଗ୍ୟତା- ଯେକୌଣସି ବିଭାଗରେ ସ୍ନାତକ ଡିଗ୍ରୀ ସହ ଆଇସିଏ/ଆଇସିଡବ୍ଲୁଏ ଏବଂ ୨ର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
  • ବୟସ ସୀମା- ୨୦୨୦ ଜାନୁଆରି ୧ ସୁଦ୍ଧା ୩୪ ବର୍ଷରୁ କମ୍‌ ବୟସ୍କ

ମ୍ୟାନେଜର୍‌-ଗ୍ରୁପ୍‌ ବି: (ଗୋଟିଏ ପଦବୀ)

  • ଶିକ୍ଷାଗତ ଯୋଗ୍ୟତା- ପର୍ସୋନେଲ୍‌ ମ୍ୟାନେଜମେଣ୍ଟ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍‌ ରିଲେସନ୍‌/ଏମ୍‌ବିଏ/ପିଜିଡିବିଏମ୍‌/ପିଜିଡିଏମ୍‌ରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ସହ ସୁପର୍‌ଭାଇଜରରେ ଅତିକମ୍‌ରେ ୨ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
  • ବୟସ ସୀମା- ୨୦୨୦ ଜାନୁଆରି ୧ ସୁଦ୍ଧା ୩୪ ବର୍ଷରୁ କମ୍‌ ବୟସ୍କ

ଅମୀନ- ଗ୍ରୁପ୍‌ ସି: (୨ଟି ପଦବୀ)

  • ଶିକ୍ଷାଗତ ଯୋଗ୍ୟତା- ଯେକୌଣସି ଷ୍ଟ୍ରିମ୍‌ରେ ଦ୍ଵାଦଶ କରିବା ସହ ସରକାରୀ ସଂସ୍ଥାରେ ଅମୀନ ପଦବା ପାଇଁ ତାଲିମ ନେଇଥିବେ।
  • ବୟସ ସୀମା- ୨୦୨୦ ଜାନୁଆରି ୧ ସୁଦ୍ଧା ୩୨ ବର୍ଷରୁ କମ୍‌ ବୟସ ହୋଇଥିବ।

ଆବେଦନ ପ୍ରକ୍ରିୟା:

ଆବେଦନକାରୀମାନେ ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ। ଆବେଦନ ପତ୍ର ପୂରଣ କରିବା ସହ ସମସ୍ତ ଦରକାରୀ କାଗଜପତ୍ର ତଥା ଅଭିଜ୍ଞତାପତ୍ର ନିର୍ଦ୍ଧାରିତ ସମୟ ପୂର୍ବରୁ ଦାଖଲ କରିବାକୁ ହେବ।

ଆବେଦନ ଶୁଳ୍କ- ୫୦୦ ଟଙ୍କା

ଏହି ନିଯୁକ୍ତି ନିମନ୍ତେ ଅଧିକ ସୂଚନା ପାଇଁ www.orissaagro.com ଓ୍ଵେବ୍‌ସାଇଟ୍‌କୁ ଯାଆନ୍ତୁ।

Comment