ଓଡ଼ିଶାଲାଇଭ୍ ବ୍ୟୁରୋ

ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟ ପୁଣିଥରେ ଡେଥ୍‌ ୱାରେଣ୍ଟ ଜାରି କରିଛନ୍ତି। ମାର୍ଚ୍ଚ ୩ରେ ଫାଶୀ ଦେବା ପାଇଁ ଏହି ୱାରେଣ୍ଟ ତୃତୀୟ ଥର ପାଇଁ ଜାରି ହୋଇଛି। ହେଲେ ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ନିର୍ଭୟା ଦୋଷୀ ଶେଷ ପ୍ରୟାସ ଆପଣେଇଛନ୍ତି। ନିର୍ଭୟା ଗଣ ଦୁଷ୍କର୍ମ ମାମଲାର ୪ ଦୁଷ୍କର୍ମକାରୀଙ୍କ ମଧ୍ୟରୁ ଜଣେ ଦୋଷୀ ପବନ ଗୁପ୍ତା ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଦୋଷୀ ପବନ ଗୁପ୍ତା ସୁପ୍ରିମକୋର୍ଟରେ କ୍ୟୁରେଟିଭ୍‌ ପିଟିସନ୍‌ ଦାଖଲ କରିଛି।

ଦୁଇଥର ଡେଥ୍‌ ଓ୍ଵାରେଣ୍ଟ ଘୁଞ୍ଚିବା ପରେ ବର୍ତ୍ତମାନ ତୃତୀୟ ଡେଥ୍‌ ଓ୍ଵାରେଣ୍ଟ ଜାରି ହୋଇଛି। ମାର୍ଚ୍ଚ ୩ ତାରିଖରେ ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ ଦିଲ୍ଲୀ ପଟିୟାଲା ହାଉସ କୋର୍ଟ ତୃତୀୟ ଥର ଓ୍ଵାରେଣ୍ଟ ଜାରି କରିଛନ୍ତି ହେଲେ ତାହା କେତେଦୂର ସଫଳ ହେଉଛି ତା’ ଉପରେ ସମସ୍ତଙ୍କ ନଜର ରହିଛି।

ଅନ୍ୟପଟେ କେବଳ ଦୋଷୀ ପବନ ଗୁପ୍ତା ପାଖରେ ନ୍ୟାୟିକ ପ୍ରକ୍ରିୟା ବାକି ଥିଲା, ଯାହା ସେ ଆଜି କ୍ୟୁଟେଟିଭ୍‌ ପିଟିସନ୍‌ ଦାଖଲ କରିଛି। ଫଳରେ ୪ ଦୋଷୀଙ୍କ ନ୍ୟାୟିକ ପ୍ରକ୍ରିୟା ଶେଷ ହୋଇଛି।

ଜାଣନ୍ତୁ କ’ଣ ଏହି କ୍ୟୁରେଟିଭ୍‌ ପିଟିସନ୍‌?

କ୍ୟୁରୋଟିଭ ଶବ୍ଦ cure ଶବ୍ଦରୁ ଆସିଛି। ଏହାର ଅର୍ଥ ଉପଚାର କରିବା। ଏହି କ୍ୟୁରେଟିଭ୍‌ ପିଟିସନ ସେତେବେଳେ ଦାଖଲ ହୁଏ ଯେତେବେଳେ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଖାରଜ ହୋଇଥାଏ। ଏହା ଦୋଷୀ ପାଇଁ ଶେଷ ସୁଯୋଗ, ଯାହାଦ୍ୱାରା ଜଣେ ଦୋଷୀ କ୍ଷମା ପାଇଁ ମୁଖ୍ୟ ବିଚାରପତି ଓ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ପାଇଁ ଗୁହାରି କରିଥାଏ। ଏହି ପିଟିସନର ରାୟ ଆସିବା ପରେ  ଦୋଷୀ ପାଇଁ ସବୁ ରାସ୍ତା ବନ୍ଦ ହୋଇଯାଏ। ଏହି ପିଟିସନର ଶୁଣାଣି କୋର୍ଟଙ୍କ ୫ ଜଣ ବରିଷ୍ଠ ବିଚାରପତି କରନ୍ତି।

ପୂର୍ବ ଶୁଣାଣିରେ ଯଦି କୌଣସି ଆଇନଗତ ତ୍ରୁଟି ଥାଏ କ୍ୟୁରୋଟିଭି ପିଟିସନ ଦାଖଲ ହେଲେ ପୁଣି ଥରେ ବିଚାର ହୁଏ।

Comment