ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁପ୍ରିମକୋର୍ଟରେ କ୍ୟୁରେଟିଭ୍‌ ପିଟିସନ ଖାରଜ ହେବା ପରେ ପୁଣି ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଛି ନିର୍ଭୟା ଦୋଷୀ ପବନ ଗୁପ୍ତା। ରାଜକ୍ଷମା ଆବେଦନ କରିବା ସହିତ ଫାଶୀ ତାରିଖ ଘୁଞ୍ଚାଇବାକୁ ଦିଲ୍ଲୀ ପଟିୟାଲା ହାଉସ କୋର୍ଟରେ ମଧ୍ୟ ନିବେଦନ କରିଥିଲା ପବନ।

ତେବେ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଫାଶୀ ତାରିଖ ଘୁଞ୍ଚାଇବାକୁ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି। ଫଳରେ ମାର୍ଚ୍ଚ ୩ରେ ହିଁ ଦୋଷୀଙ୍କୁ ଫାଶୀ ହେବ ବୋଲି କୁହାଯାଉଛି। ଏବେ ଖାଲି ଦେଖିବାକୁ ବାକି ରହିଲା ରାଷ୍ଟ୍ରପତି ପବନକୁ ରାଜକ୍ଷମା ଦେବେ ନା ଖାରଜ କରିବେ।

ପବନ ଫେବ୍ରୁଆରି ୨୭ ତାରଖରେ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟସନ ଦାଖଲ କରିଥିଲା ପବନ। ସୋମବାର କୋର୍ଟଙ୍କ ୫ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରି ପବନର କ୍ୟୁରେଟିଭ ପିଟିସନ ଖାରଜ କରିଛନ୍ତି। ଏହାପରେ ପୁଣି ସେ ରାଜକ୍ଷମା ପାଇଁ ଆବେଦନ କରିଛି।

Comment