ଓଡ଼ିଶାଲାଇଭ୍ ବ୍ୟୁରୋ

ଟ୍ରାଫିକ୍ ଧରପଗଡରୁ ବାଦ୍ ପଡ଼ିଲାନି ସରକାରୀ ଗାଡ଼ି। ମଙ୍ଗଳବାର ରାଜଧାନୀ ଭୁବନେଶ୍ୱରରେ ଦୁଇଟି ବିଏମସି ଗାଡ଼ିକୁ ୩୨ ହଜାର ୫ ଶହ ଟଙ୍କା ଫାଇନ୍ କରିଛନ୍ତି ଟ୍ରାଫିକ୍ ପୋଲିସ୍।

ଦୁଇଟି ଗାଡ଼ି ମଧ୍ୟରୁ ଗୋଟିଏ ଗାଡ଼ିର ବୀମା, ପଲ୍ୟୁସନ ସାର୍ଟିଫିକେଟ୍ ଓ ପରିମିଟ ନଥିବାରୁ ୨୨ ହଜାର ଟଙ୍କା ଫାଇନ କରାଯାଇଛି। ସେହିଭଳି ଆଉ ଏକ ଗାଡ଼ିକୁ ପଲ୍ୟୁସନ ଓ ଟ୍ରାଫିକ ନିୟମ ଉଲ୍ଲଙ୍ଘନ ଯୋଗୁଁ ୧୦ ହଜାର ୫ ଶହ ଟଙ୍କା ଫାଇନ କରାଯାଇଛି। ଏହିଭଳି ଭାବେ ଦୁଇ ଗାଡ଼ିକୁ ମୋଟ ୩୨ ହଜାର ୫ ଶହ ଟଙ୍କା ଫାଇନ୍ କରାଯାଇଛି।

ମାର୍ଚ୍ଚ ୧ ତାରିଖରୁ ରାଜ୍ୟରେ ଟ୍ରାଫିକ ନିୟମ କଡ଼ାକଡ଼ି ହେବା ପରେ ଉଲ୍ଳଙ୍ଘନକାରୀମାନେ ମୋଟା ଅଙ୍କର ତଣ୍ଡ ଗଣୁଥିବା ଦେଖିବାକୁ ମିଳିଛି। ଗତ ସୋମବାର ସୁଦ୍ଧା ରାଜ୍ୟରେ ଏଥିରୁ ମୋଟ ୧ କୋଟି ୬୪ ଲକ୍ଷ ଟଙ୍କାର ଫାଇନ୍ ଆଦାୟ କରାଯାଇଥିବା ସୂଚନା ମିଳିଛି।

Comment