ଓଡ଼ିଶାଲାଇଭ୍ ବ୍ୟୁରୋ

କିଛି ଦିନ ପରେ ଆରମ୍ଭ ହୋଇଯିବ ଆଇପିଏଲ୍ର ୧୩ତମ ସଂସ୍କରଣ। ହେଲେ ଏବେ ଆଇପିଏଲର ଏହି ସଂସ୍କରଣକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। କୋରୋନା ଭାଇରସ୍ର ପ୍ରଭାବ ଆଇପିଏଲରେ ପଡ଼ିବାର ସମ୍ଭାବନା ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ବର୍ତ୍ତମାନ କୋରୋନା ଭାଇରସ୍ ଭାରତ ମୁହାଁ ହୋଇଛି, ଯାହା ପାଇଁ ଭାରତ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି।
ଆଇପିଏଲ୍ରେ ଅନେକ ଖେଳାଳି ବାହାର ଦେଶରୁ ଆସିଥାନ୍ତି। ଏହି ସମୟରେ ସେମାନ ଅନେକ ଦିନ ଧରି ଭାରତରେ ରହିବେ। ତେଣୁ ଏଥିପାଇଁ କୋରୋନା ଭାଇରସ୍ ଆକ୍ରାନ୍ତ ବଢ଼ିପାରେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଦେଖିବାକୁ ଗଲେ ଆଇପିଏଲ୍ରେ ଖେଳିବାକୁ ଥିବା ଖେଳାଳିମାନେ କୋରୋନା ପ୍ରଭାବିତ ଦେଶର ନୁହନ୍ତି।
ଏହାସହ ବାହାର ଦେଶର ଖେଳାଳିଙ୍କୁ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇ ଭାରତକୁ ଅଣାଯିବ। ଅନ୍ୟପକ୍ଷରେ ଆଇପିଏଲ୍ ସମୟରେ ସ୍ଵତନ୍ତ୍ର ଡାକ୍ତରୀ ଦଳ ମଧ୍ୟ ଖେଳାଳିମାନଙ୍କ ସହ ରହିବେ। ତେଣୁ କୋରୋନାର ପ୍ରଭାବ ଆଇପିଏଲରେ ବିଶେଷ ପଡ଼ିବନି ବୋଲି ଆଶା କରାଯାଉଛି।
ବର୍ତ୍ତମାନ ସୁଦ୍ଧା କୋରୋନାରେ ୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୮୦ ହଜାର ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ଏହି ଭାଇରସ୍ ୬୦ ଦେଶକୁ ବ୍ୟାପିଛି। ଏହାସହ ଏହାର ପ୍ରଭାବ ଭାରତରେ ମଧ୍ୟ ପଡ଼ିଛି। ବର୍ତ୍ତମାନ ସୁଦ୍ଧା ୩ ଜଣ କୋରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି।













