ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ପୁରୀ ବ୍ୟାପକ ବ୍ୟବସ୍ଥା କରାଯାଉଛି। ପୁରୀକୁ ପ୍ରତିଦିନ ବିଦେଶୀ ପର୍ଯ୍ୟଟକ ଆସୁଥିବାରୁ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥସହ ହୋଟେଲମାନଙ୍କୁ ଆଡଭାଇଜରି ଜାରି କରାଯାଇଛି। ବିଦେଶୀ ପର୍ଯ୍ୟଟକଙ୍କ ପୂରା ସୂଚନା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଯଦି କୌଣସି ପର୍ଯ୍ୟଟକଙ୍କୁ କୋରୋନା ସଂକ୍ରମଣ ହୋଇଥିବା ସନ୍ଦେହ ହୁଏ ତେବେ ତୁରନ୍ତ ସିଡିଏମ୍‌ଓଙ୍କୁ ସୂଚନା ଦେବା ପାଇଁ କୁହାଯାଇଛି। ସେହିପରି ପୁରୀକୁ ଆସୁଥିବା ସମସ୍ତ ପର୍ଯ୍ୟଟକଙ୍କୁ  ବସ୍‌ଷ୍ଟାଣ୍ଡ, ରେଳ ଷ୍ଟେସନରେ ସ୍କ୍ରିନିଂ କରାଯିବ।

କୋରୋନା ମୁକବିଲା ପାଇଁ ଗୁରୁବାର ଜିଲ୍ଲାପାଳ ବଲଓ୍ୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ବସିଥିବା ଟାସ୍କଫୋର୍ସ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଦିନକୁ ଦିନ କୋରୋନା ଆକ୍ରାନ୍ତ ଓ ସନ୍ଦିଗ୍ଧଙ୍କ ସଂଖ୍ୟା ବଢ଼ୁଥିବାରୁ ସଜାଗ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।

Comment