ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି ମହିଳା ଟି-୨୦ ବିଶ୍ଵକପର ଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ। ଗୁରୁବାର ସେମିଫାଇନାଲରେ ଏହି ଦୁଇ ଦଳ ଜିତାପଟ ହାସଲ କରିବା ସହ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

ଗୁରୁବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ପ୍ରଥମ ସେମିଫାଇନାଲ ବର୍ଷା ଯୋଗୁଁ ଧୋଇଯାଇଥିଲା। ଫଳରେ ଆଇସିସି ନିୟମ ଅନୁସାରେ ଟିମ୍ ଇଣ୍ଡିଆ ଫାଇନାଲକୁ ପ୍ରବେଶ କରିଥିଲା। ସେହିପରି ଦ୍ଵିତୀୟ ସେମିଫାଇନାଲରେ ମଧ୍ୟ ବର୍ଷା ଅଷ୍ଟ୍ରେଲିଆ ଦଳକୁ ସହାୟ ହୋଇଛି। ଦଳ ଡକ୍ ଓ୍ଵର୍ଥ ନିୟମ ଅନୁସାରେ ଫାଇନାଲରେ ସ୍ଥାନ ପକ୍କା କରିଛି।

ରବିବାର ଏହି ଦୁଇ ଦଳ ମଧ୍ୟରେ ଫାଇନାଲ ମୁକାବିଲା ମେଲବୋର୍ନ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ। ରବିବାର ଭାରତୀୟ ସମୟ ଦିନ ସାଢ଼େ ୧୨ଟାରେ ଏହି ମ୍ୟାଚ୍ ଖେଳାଯିବା ନେଇ ସମୟ ଧାର୍ଯ୍ୟ ହୋଇଛି।

ଏହା ପୂର୍ବରୁ ଦୁଇ ଦଳ ଲିଗ୍ ପର୍ଯ୍ୟାୟରେ ବି ମୁହାଁମୁହିଁ ହୋଇସାରିଛନ୍ତି। ଲିଗ୍ ମ୍ୟାଚରେ ଟିମ୍ ଇଣ୍ଡିଆ କଙ୍ଗାରୁ ଦଳକୁ ପରାଜିତ କରିଥିଲା। ଏବେ ଫାଇନାଲରେ ପୁଣିଥରେ ସେହି  କାମ  କରି ଟିମ୍ ଇଣ୍ଡିଆ ଚାମ୍ପିୟନ ହେବାକୁ ଲକ୍ଷ୍ୟ ରଖିବ।

Comment