ଓଡ଼ିଶାଲାଇଭ୍ ବ୍ୟୁରୋ

ଓପ୍ପୋ ହେଉଛି ଚୀନର ଏକ ଜଣାଶୁଣା ମୋବାଇଲ କମ୍ପାନି। ଓପ୍ପୋ ମୋବାଇଲ ଫୋନର ରେନୋ ସିରିଜ ଗ୍ରାହକଙ୍କୁ ବେଶ ପସନ୍ଦ ଆସିଥିଲା। କମ୍ପାନି ପକ୍ଷରୁ ଏହି ସିରିଜର ଆଉ ଏକ ଫୋନ ରେନୋ ୩ ପ୍ରୋ ଲଞ୍ଚ କରାଯାଇଛି। ଭାରତରେ ପ୍ରଥମ କରି ଏହି ଫୋନ ଲଞ୍ଚ ହୋଇଥିବା ବେଳେ ଏହି ଫୋନକୁ ଗ୍ରାହକମାନେ ମଧ୍ୟ ବେଶ ପସନ୍ଦ କରିଛନ୍ତି।

ଣ ରହିଛି ଫିଚର?

ଏହି ସ୍ମାର୍ଟଫୋନରେ କ୍ୟାମେରା ଉପରେ ଅଧିକ ଫୋକସ୍ କରିଛି କମ୍ପାନି। ଏହି ଫୋନରେ ଡୁଆଲ ପଞ୍ଚହୋଲ ସେଲ୍ଫି କ୍ୟାମେରା(44MP+2MP) ରହିଛି। ସେହିଭଳି ଏଥିରେ ପଛରେ କ୍ଵାଡ୍‌ ରିୟର କ୍ୟାମେରା ସେଟ୍‌ ଅପ୍‌ ରହିଛି, ଯେଉଁଥିରେ ଗ୍ରାହକ 108MP ବିଶିଷ୍ଟ ପ୍ରାଇମେରୀ ରିୟର କ୍ୟାମେରା ପାଇବେ। ଫଳରେ କମ ଲାଇଟରେ ମଧ୍ୟ ଏଥିରେ ଭଲ ଫୋଟ ଉଠିପାରିବ। ନାଇଟ ମୋଡରେ ମଧ୍ୟ ଏହି ଫୋନରେ ଭଲ ଉଠିବା ନେଇ କମ୍ପାନି ପକ୍ଷରୁ କୁହାଯାଇଛି।

କେବଳ ଫୋଟ ନୁହେଁ ଏହି ଫୋନରେ ଭିଡିଓ ମଧ୍ୟ ସ୍ୱଚ୍ଛ ଭାବେ ଉତ୍ତୋଳନ କରିହେବ। ଏଥିରେ 5Xହାଇବ୍ରିଡ ଜୁମ ଓ 20Xଡିଜିଟାଲ ଜୁମର ଫିଚର ରହିଛି। ଏହାସହ ପ୍ରଥମଥର ପାଇଁ ଏଥିରେ ଭିଡିଓ ଗ୍ରାଫିରେ AI ମୋଡର ସୁବିଧା ଦେଇଛି। ଏହାସହ ଏଥିରେ ହାଇ ରିଜୋଲୁସନର ଇମେଜ କ୍ୱାଲିଟି ରହିଛି।

ଏହି ଫୋନ ୩ଟି କଲର ଏରିଏଲ ବ୍ଲୁ, ମିଡ୍ ନାଇଟ ବ୍ଲାକ ଓ ସ୍କାଏ ହ୍ୱାଇଟ ଉପଲବ୍ଧ ହୋଇଛି। ଓପ୍ପୋ ରେନୋ 3 ମୂଲ୍ୟ ଦୁଇଟି ଶ୍ରେଣୀରେ କରାଯାଇଛି। 8+128ଜିବି ରେନୋ ୩ର ମୂଲ୍ୟ ୨୯ହଜାର ୯୯୦ ଟଙ୍କା ରଖାଯାଇଛି। ସେହିଭଳି 8+256ଜିବି ରେନୋ ୩ର ମୂଲ୍ୟ ୩୨ହଜାର ୯୯୦ ଟଙ୍କା ରହିଛି।

Comment