ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରୋନାକୁ ମହାମାରୀ ଘୋଷଣା କଲେ ଦିଲ୍ଲୀ ସରକାର। ଏହାସହ ମାର୍ଚ୍ଚ ୩୧ ଯାଏଁ ସମସ୍ତ ସ୍କୁଲ କଲେଜ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ସିନେମା ହଲ୍‌ ବନ୍ଦ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବଢ଼ିବାର ଲାଗିଛି। ଏହାକୁ ମୁକାବିଲା କରିବାକୁ ଦିଲ୍ଲୀ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ କହିଛନ୍ତି, “କୋରୋନା ପାଇଁ ମାର୍ଚ୍ଚ ୩୧ ଯାଏଁ ସିନେମା ହଲ୍‌ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ବିଦ୍ୟାଳୟ ଓ କଲେଜଗୁଡ଼ିକ ମଧ୍ୟ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି।”

ଦେଶରେ ଧୀରେ ଧୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୭୩ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୁରୁବାର ଉତ୍ତରପ୍ରଦେଶ, ଲଦାଖ ଓ ମହାରାଷ୍ଟ୍ରରୁ ମଧ୍ୟ ଏହି କୋରୋନା ଆକ୍ରାନ୍ତ ବ୍ୟାପିଛି।

ଦିଲ୍ଲୀ ସରକାରଙ୍କ ଏଭଳି ନିଷ୍ପତ୍ତିରେ ସିନେମା ହଲ୍‌ ମାଲିକମାନଙ୍କୁ ବଡ଼ କ୍ଷତି ସହିବାକୁ ପଡ଼ିବା ସହ ଅନେକ ଚଳଚ୍ଚିତ୍ର ମଧ୍ୟ କ୍ଷତିରେ ଚାଲିବ। ମାର୍ଚ୍ଚ ୧୩ରେ ଇରଫାନ୍‌ ଖାନ୍‌ଙ୍କ ଅଂଗ୍ରେଜୀ ମିଡିୟମ୍‌, ମାର୍ଚ୍ଚ ୨୦ରେ ସନ୍ଦିପ ଔର ପିଙ୍କି ଫରାର୍‌ ଓ ମାର୍ଚ୍ଚ ୨୪ରେ ଅକ୍ଷୟ କୁମାରଙ୍କ ସୂର୍ଯ୍ୟବଂଶୀ ରିଲିଜ ହେବାର ଥିଲା। ଏହାର ପ୍ରଭାବ ଏହି ଫିଲ୍ମ ଉପରେ ପଡ଼ିପାରେ।

Comment