ଓଡ଼ିଶାଲାଇଭ୍ ବ୍ୟୁରୋ
ହୁ ହୁ ହୋଇ ବ୍ୟାପିବାରେ ଲାଗିଛି କରୋନା। ଭାରତରେ ଏଯାବତ୍ ୮୫ଟି ପଜିଟିଭ୍ ରିପୋର୍ଟ ସମ୍ନାକୁ ଆସିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଅନୁଯାୟୀ, କରୋନା ଆକ୍ରାନ୍ତ ୮୫ ଜଣଙ୍କ ମଧ୍ୟରୁ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ବାକି ୭୩ ଲୋକଙ୍କ ଚିକିତ୍ସା ଜାରି ରହିଛି।
ଏହି ଭୂତାଣୁ ଯୋଗୁଁ ବିଶ୍ଵରେ ପ୍ରାୟ ୫ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଭାରତରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି।
କରୋନା ଭୂତାଣୁ ଯୋଗୁଁ କର୍ଣ୍ଣାଟକରେ ୭୬ ବର୍ଷର ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀରେ ଜଣେ ୬୯ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି।
ଅନ୍ୟପଟେ ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୫,୦୦୦ ଟପିଛି। ଚୀନ ପରେ ଇଟାଲୀରେ କରୋନା ସଂକ୍ରମଣଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଛି। ଇଟାଲୀରେ ଏହି ଭାଇରସରେ ୧୨୬୬ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି।