ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର ୟୁନିଭର୍ସିଟିରେ ପ୍ରଫେସର ଏବଂ ଆସୋସିଏଟ୍‌ ପ୍ରଫେସରଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ପ୍ରାର୍ଥୀମାନେ ଏପ୍ରିଲ୍‌ ୨ ଯାଏଁ ଅନ୍‌ଲାଇନ୍‌ ଆବେଦନ କରିପାରିବେ।

ପ୍ରଫେସର:

  • ପଦବୀ ସଂଖ୍ୟା- ୧୬
  • ଦରମା- ୧, ୪୪, ୨୦୦ ଟଙ୍କାରୁ ୨, ୧୮, ୨୦୦ ଟଙ୍କା

ଆସୋସିଏଟ୍‌ ପ୍ରଫେସର୍‌:

  • ପଦବୀ ସଂଖ୍ୟା- ୧୮
  • ଦରମା- ୧, ୩୧, ୪୦୦ ଟଙ୍କାରୁ ୨, ୧୭, ୧୦୦ ଟଙ୍କା
  • ଆବେଦନ ପ୍ରକ୍ରିୟା– ପ୍ରାର୍ଥୀମାନେ ଏପ୍ରିଲ୍‌ ୨ଯାଏଁ ଅନ୍‌ଲାଇନ୍‌ ଆବେଦନ କରିପାରିବେ। ଏହା ପରେ ଆବେଦନପତ୍ରର ପ୍ରିଣ୍ଟ କପି ଏବଂ ଅନ୍ୟାନ୍ୟ ଦରକାରୀ ସାର୍ଟିଫିକେଟ ଡାକ କିମ୍ବା ,ସ୍ପିଡ୍‌ ପୋଷ୍ଟ ମାଧ୍ୟମରେ ଏପ୍ରିଲ୍‌ ୭ ସୁଦ୍ଧା ଦାଖଲ କରିବେ।
  • ଆବେଦନ ଶୁଳ୍କ– ୨୫୦୦ ଟଙ୍କା
  • ଏହି ବିଜ୍ଞପ୍ତି ମାର୍ଚ୍ଚ ୧୩ରେ ପ୍ରକାଶ ପାଇଛି। ପ୍ରାର୍ଥୀମାନେ ସବିଶେଷ ସୂଚନାgmuniversity.ac.in ଓ୍ଵେବ୍‌ସାଇଟ୍‌ରୁ ସଂଗ୍ରହ କରିପାରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

Source: https://www.chakiri.plus/

Comment