ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ସଂକମଣରୁ ନିଜକୁ ଦୂରେଇ ରଖିବା ତଥା ଏହାର ମୁକାବିଲା ପାଇଁ ଆପଣାନ୍ତୁ ଏହି ୫ଟି ସାଧାରଣ ଉପାୟ। (ଚିତ୍ର ସୌଜନ୍ୟ: ୟୁନିସେଫ୍)
ହାତ ଧୁଅନ୍ତୁ
ନିୟମିତ ବ୍ୟବଧାନରେ ହାତ ଧୁଅନ୍ତୁ। ହାତ ଧୋଇଲା ବେଳେ ଆଲକହଲ ଯୁକ୍ତ ସାବନ, ହ୍ୟାଣ୍ଡ ଓ୍ୱାସ ବା ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରନ୍ତୁ।
ଅନ୍ତତଃ ୨୦ରୁ ୩୦ ସେକେଣ୍ଡ ପର୍ଯ୍ୟନ୍ତ ହାତକୁ ସାବନୁରେ ମକଚି, ହାତ ପାପୁଲି, ବିଭିନ୍ନ ଆଙ୍ଗୁଠି, ଆଙ୍ଗୁଠି ସନ୍ଧି, ନଖ, କଚଟିର ତଳ ଉପର ଭଲ ଭାବେ ଧୁଅନ୍ତୁ।
ହାତ ଧୋଇଲା ବେଳେ ପ୍ରଥମେ ଓଦା ହାତ କରି ପରେ ହାତରେ ସାବୁନ ଲଗାନ୍ତୁ। ହାତରେ ଯଥେଷ୍ଟ ପରିମାଣର ସାବୁନ ଲଗାନ୍ତୁ, ଯେପରି ଏହା ବିଭିନ୍ନ ଅଂଶରେ ପହଞ୍ଚି ପାରିବ।
ଘରେ ବା ଅଫିସରେ ସମସ୍ତଙ୍କୁ ଏହା କରିବା ପାଇଁ ପରାମର୍ଶ ଦିଅନ୍ତୁ।
କାଶିବା ଓ ଛିଙ୍କିବାର ଠିକ ପ୍ରଣାଳୀ
କାଶିବା ବା ଛିଙ୍କିବା ବେଳେ ଅନେକ ଲୋକ ସାଧାରଣତଃ ମୁହଁ ପାଖରେ ହାତକୁ ଲଗାଇଥାନ୍ତି। କେହି କେହି ହାତ ମୁଠାକୁ ମୁହଁ ପାଖରେ ଦେଖାଇଥାନ୍ତି। ଏହା ଭୁଲ। କାରଣ ଏହା ଫଳରେ ଆମ ନାକ ଓ ପାଟି ବାଟ ଦେଇ ବାହାରୁଥିବା ଜୀବଣୁ ସିଧାସଳଖ ଭାବେ ହାତକୁ ଆସିଥାନ୍ତି। ପରବର୍ତ୍ତୀ ସମୟରେ ଆମ ହାତରୁ ବିଭିନ୍ନ ଜିନିଷ ବାଟ ଦେଇ ଅନ୍ୟକୁ ସଂକ୍ରମିତ ହୋଇଥାଏ।
ତେଣୁ କାଶ ବା ଛିଙ୍କ ଆଶିବା ବେଳେ ହାତକୁ ବଙ୍କା କରି ମୁହଁକୁ କହୁଣି ପାଖରେ ରଖିବା ଉଚିତ। ତେବେ ସବୁଠାରୁ ସୁରକ୍ଷିତ ଉପାୟ ହେଉଛି ମୁହଁ ନିଜର ରୁମାଲ କିମ୍ବା ଟିସ୍ୟୁ ପେପର ବ୍ୟବହାର କରିବା। ଛିଙ୍କିବା ପରେ ଟିସ୍ୟୁ ପେପରକୁ ତୁରନ୍ତ ଡଷ୍ଟବିନରେ ପକାନ୍ତୁ।
ଥଣ୍ଡା ପୀଡ଼ିତ ବ୍ୟକ୍ତିଙ୍କଠାରୁ ଦୂରତା
ଘରେ, କାର୍ଯ୍ୟାଳୟରେ ବା ବାହାରେ ସବୁବେଳେ ଥଣ୍ଡା ପୀଡ଼ିତ ଲୋକଙ୍କଠାରୁ ଦୂରତା ରକ୍ଷା କରନ୍ତୁ। ଏହା ହେଲେ ଆପଣଙ୍କଠାରେ ସଂକ୍ରମଣର ଯଥେଷ୍ଟ ଆଶଙ୍କା କମ୍ ହେବ।
କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସୁଥିବା ଯେ କୌଣସି ବ୍ୟକ୍ତିଙ୍କୁ ପ୍ରଭାବିତ କରିପାରେ। ଏହା ମୁଖ୍ୟତଃ କାଶ, ଛିଙ୍କ ବା ପାଟିରୁ ବାହାରୁ ଥିବା ଲାଳ ଦେଇ ଜଣେ ସୁସ୍ଥ ବ୍ୟକ୍ତିଙ୍କ ଶରୀରରେ ପ୍ରବେଶ କରିଥାଏ।
ଅନ୍ୟର ଜିନିଷକୁ ବ୍ୟବହାର କରନ୍ତୁ ନାହିଁ
କରୋନା ଭାଇରସ କାଠ, କପଡ଼ା କିମ୍ବା କୌଣସି ଧାତୁ ଉପରେ ପଡ଼ି କିଛି ସମୟ ପର୍ଯ୍ୟନ୍ତ ଜୀବନ୍ତ ରହେ। ତେଣୁ ଘରେ, ଅଫିସରେ ବା କୌଣସି ସର୍ବସାଧାରଣ ସ୍ଥାନରେ ଅନ୍ୟମାନଙ୍କର ମୋବାଇଲ ଫୋନ, ଲାପଟପ୍, କମ୍ପ୍ୟୁଟର କିବୋର୍ଡ ବା ସେହିଭଳି କୌଣସି ନିୟମିତ ବ୍ୟବହୃତ ହେଉଥିବା ଜିନିଷକୁ ଆପଣ ବ୍ୟବହାର କରନ୍ତୁ ନାହିଁ।
ସେହିଭଳି ଆପଣଙ୍କ ଟେବୁଲ, ମୋବାଇଲ ଫୋନ, ଘରର ହ୍ୟାଣ୍ଡ ରେଲିଂ, କବାଟର ନବ୍ ଇତ୍ୟାଦିକୁ ନିୟମିତ ବ୍ୟବଧାନରେ ସଫା କରନ୍ତୁ।
ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ
ଆପଣଙ୍କ ଘରେ କାହାର ଥଣ୍ଡା ବା କାଶ ଦେଖା ଦେଲେ ପ୍ରଥମେ ତାଙ୍କୁ ଅଲଗା ରହିବାକୁ ଦିଅନ୍ତୁ। ଅନ୍ୟମାନେ ତାଙ୍କ ସିଧାସଳଖ ସଂସ୍ପର୍ଶରେ ଯେପରି ନଆସିବେ ତାହା ସୁନିଶ୍ଚିତ କରନ୍ତୁ।
କୌଣସି କ୍ଷେତ୍ରରେ ଥଣ୍ଡା, କାଶ, ଜ୍ୱର ନକମିଲେ ଡାକ୍ତରଙ୍କ ସହ ପ୍ରଥମେ ଫୋନ ଯୋଗେ ପରାମର୍ଶ କରନ୍ତୁ।
ମନେରଖନ୍ତୁ କରୋନା ଭାଇରସ ପାଇଁ ଏପର୍ଯ୍ୟନ୍ତ କୌଣସି ଚିକିତ୍ସା ବାହାରି ନାହିଁ ତେଣୁ ଏହାର ମୁକାବିଲା କରିବାରୁ ସବୁଠାରୁ ବଡ଼ ରାସ୍ତା ହେଉଛି ସଚେତନ ରହିବ।