ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଚୀନରେ ମହାମାରୀ ସୃଷ୍ଟି କରିଥିବା କରୋନା ଭାଇରସ ଭାରତକୁ ପ୍ରବେଶ କରିଛି। ରାଜଧାନୀ ଦିଲ୍ଲୀ ସମେତ ଆଗ୍ରା, ତେଲେଙ୍ଗାନା, କେରଳ ଜୟପୁରରେ ଆଦି ବିଭିନ୍ନ ସ୍ଥାନରେ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି। ସାରାବିଶ୍ୱରେ ଏହା ଏକ ପ୍ରକାର ହାହାକାର ସୃଷ୍ଟି କରିଛି। ତେବେ ସବୁଠି ଏବେ ଗୋଟିଏ ପ୍ରଶ୍ନ ଯେ ଭାରତକୁ କେମିତି ଏହି ଭାଇରସ ପ୍ରବେଶ କଲା?

ଇଟାଲିରୁ ଆସିଲା ଭାଇରସ!

ଦିଲ୍ଲୀର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ବ୍ୟକ୍ତି ଜଣକ ଇଟାଲିରୁ ଏହି ଭାଇରସରେ ସଂକ୍ରମିତ ହୋଇଥିଲେ। ବ୍ୟକ୍ତି ଜଣକ ଇଟାଲିରୁ ଫେରିଥିଲେ। ଫେବ୍ରୁଆରି ୨୮ରେ ତାଙ୍କ ପୁଅ ଜନ୍ମଦିନ ପାର୍ଟି ଦିଲ୍ଲୀର ଏକ ହୋଟେଲରେ ଆୟୋଜନ କରିଥିଲେ। ତାଙ୍କ ପୁଅ ନୋଏଡ଼ାର ଏକ ସ୍କୁଲରେ ପଢ଼ୁଥିବାରୁ ସେହି ପାର୍ଟିରେ ତାଙ୍କ ଦୁଇ ସାଙ୍ଗ ଓ ତାଙ୍କ ପରିବାର ମଧ୍ୟ ସାମିଲ ହୋଇଥିଲେ। ସେମାନଙ୍କଠାରେ ମଧ୍ୟ କୋରୋନା ଭାଇରସର ଲକ୍ଷଣ ଦେଖିବାକୁ ମିଳିଥିଲା।

ଏହାପରେ ଦିଲ୍ଲୀ ନୋଏଡା ବ୍ୟତୀତ ଆଗ୍ରାରେ ୬ ଜଣଙ୍କଠାରେ କରୋନା ଭାଇରସ ଥିବା ସନ୍ଦେହ କରାଯାଇଥିଲା। ଆଗ୍ରାର ୨ ବ୍ୟବସାୟୀ ଇଟାଲି ଯାଇଥିଲେ। ଫେବ୍ରୁଆରି ୨୫ରେ ପରିବାର ସହିତ ସେମାନେ ଆଗ୍ରାକୁ ଫେରିଥିଲେ। ଭାରତ ଆସିବା ପରେ ସେମାନଙ୍କଠାରେ ଥଣ୍ଡା, ଜ୍ୱର, କାଶ ଲକ୍ଷଣ ଦେଖାଯାଇଥିଲା।

LEAVE A REPLY

Please enter your comment!
Please enter your name here