ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନର ଉହାନରୁ ସୃଷ୍ଟି ହୋଇଛି ଭୟଙ୍କର କରୋନା ଭାଇରାସ। ଏହା କେବଳ ଚୀନ ନୁହେଁ, ଭାରତ ସମେତ ଆମେରିକା ଓ ୟୁରୋପରେ ମଧ୍ୟ ଏହି ଭାଇରସ୍‌ ମାତିବାରେ ଲାଗିଛି। ବର୍ତ୍ତମାନ ଏହି କୋରୋନା ଭାଇରସ ଭାରତ ମୁହାଁ ହୋଇଛି।

କ’ଣ ଏହି କରୋନା ଭାଇରସ୍‌?

ଏହି ଭାଇରସ୍‌ର ନାଁ ଏହାର ଆକାର ଅନୁସାରେ ରଖାଯାଇଛି। ଏହି ଭାଇରସ୍‌ ପଶୁ ଓ ମଣିଷଙ୍କୁ ଏକା ସାଙ୍ଗରେ ସଂକ୍ରମିତ କରିଥାଏ। କରୋନା ଭାଇରସ୍‌ ଚୀନର ବଜାରର ମିଳୁଥିବା ସାପମାନଙ୍କଠାରୁ ଆସିଥିବା ଜଣାପଡ଼ିଛି।

କରୋନା ଭାଇରସ୍‌ର ଲକ୍ଷଣ

କରୋନା ଭାଇରସ୍‌ ଯୋଗୁଁ ଶ୍ଵସନ ତନ୍ତ୍ରରେ ସଂକ୍ରମଣ ହୋଇଥାଏ। ଏହାପରେ ସାଧାରଣ ଭାବେ ଥଣ୍ଡା ଜ୍ଵର ହୋଇଥାଏ। ପରେ ମୁଣ୍ଡବିନ୍ଧା, ଖାସ ଓ କଫ, ତଣ୍ଟି ଦରଜ, ଜ୍ଵର, କ୍ଲାନ୍ତି ଅନୁଭବ କରିବା ସହ ବାନ୍ତି କରିବା ଓ ନିଶ୍ଵାସ ନେବାରେ ଅସୁବିଧା ଭଳି ଲକ୍ଷଣ ଦେଖାଯାଇଥାଏ।

କରୋନା ଭାଇରସ୍‌କୁ ବ୍ୟାପିବାକୁ କିପରି ରୋକିବା?

ଏହି ଭୟଙ୍କର ଭାଇରସ୍‌କୁ ବ୍ୟାପିବାରୁ ରୋକିବା ନିହାତି ଆବଶ୍ୟକ। ଏନେଇ ଡବ୍ଲୁଏଚ୍‌ଓ ଗାଇଡ୍‌ଲାଇନ୍‌ ଜାରି କରିଛି।

  • ଏଥିରେ ଆକ୍ରାନ୍ତ ଥିବା ରୋଗୀଙ୍କର ସଠିକ ଭାବେ ଦାୟିତ୍ଵ ନେବା ଆବଶ୍ୟକ।
  • ଶ୍ଵାସଜନିତ ରୋଗରେ ପୀଡ଼ିତ ଲୋକଙ୍କଠାରୁ ନିଜକୁ ଦୂରେଇ ରଖିବା ଉଚିତ୍‌।
  • ଯେଉଁଠାରେ ଏହି ରୋଗର ପ୍ରଭାବ ରହିଛି ସେଠାକୁ ଯାତ୍ରା ନକରିବା ଦରକାର।
  • ହାତକୁ ସଠିକ ଭାବେ ଧୋଇବା ସହ ସଫାସୁତରା ରହିବା ପ୍ରତି ଧ୍ୟାନ ଦେବା ଆବଶ୍ୟକ।
  • କାଶିବା ଓ ଛିଙ୍କିବା ବେଳେ ମୁହଁରେ କପଡ଼ା ଦେବା ଉଚିତ୍‌।
  • ନିଜ ହାତରେ ବାରମ୍ଵାର ଆଖି, ନାକ ଓ ମୁହଁକୁ ବାରମ୍ଵାର ଛୁଅନ୍ତୁ ନାହିଁ।

ଏହି ରୋଗରେ ଆକ୍ରାନ୍ତ ଲୋକଙ୍କୁ ଭଲ କରିବା ପାଇଁ ଏଯାଏଁ କୌଣସି ମେଡିସିନ ବାହାରିନାହିଁ। ହେଲେ ଆମେରିକାରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍‌ ହେଲ୍‌ଥ ପକ୍ଷରୁ କରୋନା ଭାଇରସ୍‌କୁ ରୋକିବାକୁ ଏକ ଟୀକା ତିଆରି କରାଯାଉଛି। ଆଗାମୀ ୩ ମାସ ମଧ୍ୟରେ ଏହା ଲୋକମାନଙ୍କ ଉପରେ ଟ୍ରାଏଲ କରାଯିବ ବୋଲି ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here