ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ଭାଇରସ ୨୦୧୯ ଡିସେମ୍ବରରେ ଚୀନରେ  ପ୍ରଭାବ ଆରମ୍ଭ କରିଥିଲା। ଏହା ଧୀରେ ଧୀରେ ସାରାବିଶ୍ୱକୁ ବ୍ୟାପିଛି। ଭାରତରେ ବର୍ତ୍ତମାନ ସୁଦ୍ଧା କରୋନାରେ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୧୧୦ରେ ପହଞ୍ଚିଛି। ଏହି ଘାତକ ଭାଇରସ ୧୪ଟି ରାଜ୍ୟରେ ପ୍ରବେଶ କରିସାରିଛି। ମହାରାଷ୍ଟ୍ରରେ ସବୁଠୁ ଅଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

ଜାଣନ୍ତୁ କେଉଁ ରାଜ୍ୟରେ କେତେ?

  • ମହାରାଷ୍ଟ୍ରରେ ୩୭ ଜଣ ଅକ୍ରାନ୍ତ ହୋଇଥିଲା ବେଳେ ୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
  • କେରଳରେ ୨୨ ଆକ୍ରାନ୍ତ ହୋଇଥିଲା ବେଳେ ୩ ଜଣ ଆରୋଗ୍ୟ ଲାଭ କରିଛନ୍ତି।
  • ହରିୟାଣାରେ ୧୪ ଜଣ (ସେମାନେ ସମସ୍ତେ ବିଦେଶୀ ନାଗରିକ ଓ ସେମାନଙ୍କୁ ସ୍ୱତନ୍ତ୍ର ଆଇସୋଲେସନରେ ରଖାଯାଇଛି)
  • ଉତ୍ତର ପ୍ରଦେଶରେ ୧୨ (ସେମାନଙ୍କ ମଧ୍ୟରେ ୧ ବିଦେଶୀ)
  • ଦିଲ୍ଲୀରେ ୭ ଜଣ (୨ ଜଣ ଚିକିତ୍ସା ହୋଇ ଘରକୁ ଫେରିଛନ୍ତ) ଜଣଙ୍କର ମୃତ୍ୟୁ ଘଟିଛି।
  • କର୍ଣ୍ଣାଟକରେ ୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏଠାରେ ଜଣଙ୍କର ମୃତ୍ୟୁ ଘଟିଛି।
  • ରାଜସ୍ଥାନରେ ୪ ଜଣ
  • ତେଲେଙ୍ଗାନା ଓ ଲଦାଖରେ ୩ ଜଣ
  • ଜମ୍ମୁ କଶ୍ମୀରରେ ୨ଜଣ
  • ପଞ୍ଜାବରେ ୧
  • ଆନ୍ଧ୍ରପ୍ରଦେଶରେ ୧
  •  ଉତ୍ତରାଖଣ୍ଡରେ ୧
  • ତାମିଲନାଡୁରେ ୧
  • ଓଡ଼ିଶାରେ୧

LEAVE A REPLY

Please enter your comment!
Please enter your name here