ଓଡ଼ିଶାଲାଇଭ୍‌ ଭାଇରସ୍‌

ଗୋଟିଏ ପରେ ଗୋଟିଏ ଦେଶକୁ ବ୍ୟାପି ଚାଲିଛି କରୋନା ଭାଇରସ୍‌। ସୋମବାର ପାକିସ୍ତାନରେ ୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ପାକିସ୍ତାନରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ୧୨୦ରେ ପହଞ୍ଚିଛି, ଯାହାକି ଭାରତରେ ଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ଅଧିକ। ଭାରତରେ ବର୍ତ୍ତମାନ ସୁଦ୍ଧା ୧୧୫ ଜଣ ଚିହ୍ନଟ ହୋଇଛନ୍ତି।

ପାକିସ୍ତାନର କରାଚିରେ ୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ହାଇଦ୍ରାବାଦରେ ଗୋଟିଏ ଓ ସିନ୍ଧରେ ୩୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ବର୍ତ୍ତମାନ ଚିକିତ୍ସା କରାଯାଉଛି। ହେଲେ ଏଯାଏଁ କାହାର ମୃତ୍ୟୁ ଘଟିନାହିଁ।

ସେହିପରି ଭାରତରେ ୧୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ୨ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ଦୃଷ୍ଟିରେ ରଖି ମୋଦୀ ସରକାର ବିଭିନ୍ନ ପଦକ୍ଷେପ ମଧ୍ୟ ଗ୍ରହଣ କରିଛନ୍ତି। କେନ୍ଦ୍ର ସରକାରଙ୍କ ସହ ରାଜ୍ୟ ସରକାରମାନେ ମଧ୍ୟ କଡ଼ା ପଦକ୍ଷେପ ନେଉଛନ୍ତି। ଭାରତରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comment