ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ପିପିଲି ଟୋଲ ଗେଟ୍‌ରେ ପର୍ଯ୍ୟଟକଙ୍କ କରୋନା ସ୍କ୍ରିନିଂ ହେବ । କରୋନା ସନ୍ଦେହ ହେଲେ ପର୍ଯ୍ୟଟକଙ୍କୁ ଫେରାଇ ଦିଆଯିବ। ଏନେଇ ସୋମବାର ଟୁଇଟରରେ ଭିଡିଓ ସେୟାର କରି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ।

କରୋନା ଭାଇରସ୍‌ରୁ ରକ୍ଷା ପାଇବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଉଛି। ସୋମବାରଠାରୁ ପିପିଲି ଟୋଲ ଗେଟ୍‌ରେ କରୋନା ଭାଇରସ୍ ସ୍କ୍ରିନିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଜିଲ୍ଲପାଳ। ପିପିଲି ଟୋଲ ଗେଟ୍‌ରେ ସମସ୍ତ ପର୍ଯ୍ୟଟକଙ୍କ ଗାଡ଼ି ଯାଞ୍ଚ କରାଯିବ। ଏହି ଯାଞ୍ଚ ବେଳେ ପରିବହନ ଅଧିକାରୀ ଓ ପୋଲିସ୍ ଅଧିକାରୀ ଉପସ୍ଥିତ ରହିବେ। ଏହାଛଡ଼ା ଏକ ଡାକ୍ତରୀ ଦଳ ପର୍ଯ୍ୟଟକଙ୍କ କରୋନା ଯାଞ୍ଚ କରିବେ। ଯଦି କୌଣସି ପର୍ଯ୍ୟଟକଙ୍କୁ କରୋନା ସନ୍ଦେହ କରାଯିବ ତାଙ୍କୁ ସେଠାରୁ ଫେରାଇ ଦିଆଯିବ।

ଜରୁରୀ କାମ ଥିଲେ ହିଁ ପୁରୀ ଆସନ୍ତୁ, ନଚେତ ପୁରୀ ନଆସିବାକୁ ଅପିଲ୍ କରିଛନ୍ତି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ।

ପ୍ରତିଦିନ ପୁରୀ ଶ୍ରୀମନ୍ଦିର ଓ ସମୁଦ୍ର କୂଳରେ ଲକ୍ଷାଧିକ ପର୍ଯ୍ୟଟକଙ୍କ ସମାଗମ ହେଉଛି। ଏହାଦ୍ୱାରା କରୋନା ବ୍ୟାପିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି କଟକଣା ଜାରି କରିଛନ୍ତି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ।

କରୋନାରୁ ରକ୍ଷା ପାଇବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ କଟକଣା ଜାରି କରିଛି। ସୋମବାର ଛତିଶା ନିଯୋଗ ବୈଠକରେ ଗରୁଡ଼ ସ୍ତମ୍ବ ଛୁଇଁବାକୁ ଭକ୍ତଙ୍କୁ ମନା ହୋଇଛି। ସେହିଭଳି ଶ୍ରୀମନ୍ଦିର ଭିତରକୁ ଯିବାକୁ ପାଇଁ କରୋନା ସମ୍ପର୍କୀତ ଏକ ଘୋଷଣାନାମାରେ ସ୍ୱାକ୍ଷର କରିବାକୁ ନିଷ୍ପତ୍ତି ହୋଇଛି।

LEAVE A REPLY

Please enter your comment!
Please enter your name here