ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ ପଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯୁବକ ଜଣକ ବର୍ତ୍ତମାନ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏନେଇ ରାଜ୍ୟ ସରକାର ମଧ୍ୟ ସ୍ପଷ୍ଟ କରିଛନ୍ତି।

ଯୁବକ ଜଣକ ୬ ତାରିଖରେ ଇଟାଲୀରୁ ଫେରିଥିଲେ। ସେ ଦିଲ୍ଲୀରୁ ଟ୍ରେନ୍‌ ଯୋଗେ ଭୁବନେଶ୍ୱର ଆସିଥିଲେ। ଭୁବନେଶ୍ୱର ଆସିବା ପରେ ତାଙ୍କୁ ଥଣ୍ଡା ଜ୍ୱର ହୋଇଥିଲା। ପରେ ସେ କ୍ୟାପିଟାଲ ହସ୍ପିଟାଲ ଆସିଥିଲେ। ରକ୍ତ ନମୁନା ପରୀକ୍ଷାରୁ ତାଙ୍କଠାରେ କରୋନା ଭୂତାଣୁ ପ୍ରବେଶ କରିଥିବା ଜଣାପଡ଼ିଛି। ବର୍ତ୍ତମାନ ଯୁବକଙ୍କ ସ୍ଵାସ୍ଥ୍ୟ ସ୍ଥିର ରହିଛି। ଯୁବକଙ୍କ ପରିବାର ଲୋକଙ୍କୁ ମଧ୍ୟ ନୀରିକ୍ଷଣରେ ରଖାଯାଇଛି।

ଅନ୍ୟପଟେ କରୋନାକୁ ଦୃଷ୍ଟିରେ ରଖି ଆଜିଠାରୁ ଭୁବନେଶ୍ଵର ଓ କଟକର ସମସ୍ତ ମଲ୍‌ଗୁଡ଼ିକୁ ବନ୍ଦ କରିଦିଆଯାଇଛି।

LEAVE A REPLY

Please enter your comment!
Please enter your name here