ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ଵର ସବୁଠାରୁ ଶକ୍ତିଶାଳୀ ଗୁପ୍ତଚର ସଂଗଠନ ହେଉଛି ମୋସାଦ୍। ଇସ୍ରାଏଲ ଦେଶର ସାମରିକ ବାହିନୀ ସୁଦୃଢ଼ କରିବାକୁ ୧୯୪୯ ମସିହା ଡିସେମ୍ବର ୧୩ ତାରିଖରେ ସେଣ୍ଟ୍ରାଲ ଇନଷ୍ଟ୍ୟୁଟ୍ ଫର କୋଡିନେସନ ନାମରେ ଏହି ସଂଗଠନ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଏହାକୁ ମୋସାଦ ନାମରେ ନାମିତ କରାଗଲା।

ଅସମ୍ଭବ ଲାଗୁଥିବା ଭଳି ଅପରେସନକୁ ସମ୍ଭବ କରି ଦେଖେଇଥାଏ ଏହି ଗୁପ୍ତଚର ସଂଗଠନ। ମୋସାଦକୁ ଇସ୍ରାଏଲ ଦେଶର ଗଣତନ୍ତ୍ରଠାରୁ ଭିନ୍ନ ରଖାଯାଇଛି। ଇସ୍ରାଏଲ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ମୋସାଦ ଉପରେ ଲାଗୁ  ହେଉନାହିଁ। କାରଣ କୌଣସି ଆଇନ ଏହାର ଉଦ୍ଦେଶ୍ୟ, ଭୂମିକା, ମିଶନ ଓ କ୍ଷମତା ବାଖ୍ୟା କରେନାହିଁ। ଇସ୍ରାଏଲର ସାମ୍ବିଧାନିକ ନିୟମରୁ ମୋସାଦକୁ ମୁକ୍ତ ରଖାଯାଇଛି।

ମୋସାଦ ବିଭିନ୍ନ ଦେଶରେ ବିନା ଅନୁମତିରେ ପଶି ଆତଙ୍କବାଦୀଙ୍କୁ ହତ୍ୟା କରିଛି। ଏଥିପାଇଁ ଏକ ଛୋଟ ଦେଶ ହୋଇଥିଲେ ସୁଦ୍ଧା କୌଣସି ଆତଙ୍କବାଦୀ ସଂଗଠନ ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ପଛଘୁଞ୍ଚା ଦେଇଥାନ୍ତି। ତେବେ ୧୯୭୦ମସିହା ପରେ ଇସ୍ରାଏଲର ଗୁପ୍ତଚର ସଂଗଠନ ମୋସାଦ ଚର୍ଚ୍ଚାକୁ ଆସିଥିଲା।

୧୯୭୦ମସିହାରେ ଇସ୍ରାଏଲ ଫୁଟବଲ ଖେଳାଳୀଙ୍କୁ ହତ୍ୟା

୧୯୭୦ମସିହାରେ ପଶ୍ଚିମ ଜର୍ମାନୀର ମ୍ୟୁନିକଠାରେ ସମର ଅଲମ୍ପିକ୍ସ ଚାଲିଥିଲା। ସେହି ସମୟରେ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ‘ବ୍ଲାକ ସେପ୍ଟେମ୍ବର’ ଇସ୍ରାଏଲର ସମସ୍ତ ଫୁଟବଲ୍ ଖେଳାଳୀଙ୍କୁ ବନ୍ଦୀ କରିନେଇଥିଲା। ଇସ୍ରାଏଲ ସାମରୀକ ବାହିନୀ ୨୩୪ ପାଲେଷ୍ଟାଇନ ଆତଙ୍କବାଦୀଙ୍କୁ ବନ୍ଦୀ କରିନେଇଥିଲା। ସେମାନଙ୍କୁ ଛାଡ଼ିବାକୁ ଦାବି କରିଥିଲେ ବ୍ଲାକ ସେପ୍ଟେମ୍ବର ଆତଙ୍କବାଦୀ ସଂଗଠନ।

ଏହି ସର୍ତ୍ତରେ ଇସ୍ରାଏଲ ଅରାଜି ହେବାରୁ ପାଲେଷ୍ଟାଇନ ଆତଙ୍କବାଦୀମାନେ ଜଣେ ଜର୍ମାନ୍ ପୋଲିସ ଅଫିସରଙ୍କ ସହ ସମସ୍ତ ଫୁଟବଲ ଖେଳାଳୀଙ୍କୁ ହତ୍ୟା କରିଥିଲେ ।ଏହାର ପ୍ରତିଶୋଧ ନେବାକୁ ଯାଇ ଇସ୍ରାଏଲର ମୋସାଦ ଗୁପ୍ତଚର ସଂଗଠନ ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ସମସ୍ତ ଆତାଙ୍କବାଦୀଙ୍କ ପରିଚୟ ଖୋଜିବାରେ ଲାଗି ପଡ଼ିଥିଲା। ପରିଶେଷରେ ଜଣା ପଡ଼ିଥିଲା ଯେ ଏହି ଆତଙ୍କବାଦୀମାନେ ବିଭିନ୍ନ ଦେଶରେ ପରିଚୟ  ବଦଳାଇ ରହୁଛନ୍ତି। ୧୯୭୩ ମସିହାରେ ବିଭିନ୍ନ ଦେଶରେ ଲୁଚି ରହିଥିବା ପାଲେଷ୍ଟାଇନ ଆତଙ୍କବାଦୀଙ୍କୁ ଖୋଜି ଖୋଜି ହତ୍ୟା କରିଥିଲା ମୋସାଦ ସଂଗଠନ। ଏହି ଅପରେସନର ନାମ ଦିଆଯାଇଥିଲା ରାଥ୍ ଅଫ ଗଡ୍(ଭଗବାନଙ୍କ ପ୍ରତିଶୋଧ)।

ଏହି ଅପରେସନ ବେଳେ ବହୁ ସାଧାରଣ ଜୀବନ ହାନୀ ମଧ୍ୟ ହୋଇଥିଲା। ଏଥିପାଇଁ ଇସ୍ରାଏଲ ସରକାରଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ତେବେ ଏଭଳି ଏକ ଘଟଣା ପରେ ଇସ୍ରାଏଲ ଗୁପ୍ତଚର ସଂଗଠନକୁ ସବୁଠାରୁ ଶକ୍ତିଶାଳୀ ଗୁପ୍ତଚର ସଂଗଠନ ଭାବେ ବିବେଚନା କରାଗଲା।

ୟୁଗାଣ୍ଡା ବିମାନବନ୍ଦରରେ ଆତଙ୍କବାଦୀଙ୍କୁ ହତ୍ୟା

ଏତିକିରେ ମୋସାଦର ପରାକ୍ରମ କାହାଣୀ ଶେଷ ହୋଇନଥିଲା। ୧୭୭୬ ମସିହାର ୟୁଗାଣ୍ଡା ବିମାନ ବନ୍ଦରରେ କିଛି ଆତଙ୍କବାଦୀ ଇସ୍ରାଏଲର ୫୪ଜଣ ନାଗରିକଙ୍କୁ ବନ୍ଦୀ କରିନେଇଥିଲେ। ସେତେବେଳେ ୟୁଗାଣ୍ଡା ସରକାରଙ୍କ ବିନା ଅନୁମିତରେ ମୋସାଦ ୟୁଗାଣ୍ଡା ବିମାନ ବନ୍ଦରରେ ପଶି ସମସ୍ତ ଇସ୍ରାଏଲ ନାଗରିକଙ୍କୁ ମୁକ୍ତ କରିବା ସହ ସମସ୍ତ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲା।

ଦୁନିଆରେ ବହୁ ଗୁପ୍ତଚର ସଂଗଠନ ରହିଛନ୍ତି। ତେବେ କୌଣସି ଗୁପ୍ତଚର ସଂଗଠନ ଆତଙ୍କାବାଦୀ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। କୁହାଯାଏ ମୋସାଦର ଗୁପ୍ତଚରମାନେ ପ୍ରତ୍ୟେକ ଦେଶରେ ଲୁଚି ରହିଛନ୍ତି। ଏମାନଙ୍କୁ ଚିହ୍ନିବା ପ୍ରାୟତଃ ଅସମ୍ଭବ। ମୋସାଦ ଭଳି ଗୁପ୍ତଚର ସଂଗଠନ ଯୋଗୁଁ ଇସ୍ରାଏଲକୁ ଏକ ଶକ୍ତିଶାଳୀ ଦେଶ ଭାବରେ ପରିଗଣିତ କରାଯାଉଛି।

Comment