ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କୋଭିଡ୍‌ ୧୯ ବା କରୋନା ଭାଇରସକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ଓ୍ୱେବ୍‌ସାଇଟ୍‌ www.covid19.odisha.gov.in  ଆଜି ସକାଳ ୬ଟାରୁ ଚାଲୁ ହୋଇଛି। ମାର୍ଚ୍ଚ ୪ ସୁଦ୍ଧା ବିଦେଶରୁ ଆସି ଭାରତ କିମ୍ବା ଓଡ଼ିଶାରେ ପାଦ ଦେଇଥିଲେ ଏହି ଓ୍ୱେବ୍‌ସାଇଟ୍‌ରେ ପଞ୍ଜୀକରଣ କରିପାରିବେ।

ବିଦେଶରୁ ଫେରିଥିବା ବ୍ୟକ୍ତିଙ୍କୁ ନିଜ ଆଡୁ ପଞ୍ଜୀକରଣ କରିବାକୁ ସରକାର ପରାମର୍ଶ ଦେଇଛନ୍ତି। ଏହି ନିୟମକୁ ପାଳନ ନକଲେ ଆବଶ୍ୟକ ଦଣ୍ଡବିଧାନ କରାଯିବ। ତେବେ ଯେଉଁମାନେ ଚାହିଁବେ ଟୋଲ ଫ୍ରି ନମ୍ବର ୧୦୪ରେ କଲ କରି ମଧ୍ୟ କରିପାରିବେ ପଞ୍ଜୀକରଣ।

ସେହିପରି ଏବେ ବିଦେଶରୁ ଓଡ଼ିଶା ଆସିବାକୁ ବାହାରିଥିବା ବା ଯୋଜନା କରିଥିବା ବ୍ୟକ୍ତିମାନେ ମଧ୍ୟ ଆଗୁଆ ପଞ୍ଜୀକରଣ କରିବାକୁ ସରକାର ପରାମର୍ଶ ଦେଇଛନ୍ତି।

ଏହି ବ୍ୟବସ୍ଥା ମଧ୍ୟରେ ପଞ୍ଜୀକରଣ କରୁଥିବା ସମସ୍ତ ବ୍ୟକ୍ତିଙ୍କୁ ୧୪ ଦିନ ପର୍ଯ୍ୟନ୍ତ ହୋମ୍‌ କ୍ୱାରାଣ୍ଟାଇମ୍‌ କରାଯିବ। ସ୍ୱାସ୍ଥ୍ୟ ବିଭାଗ ବା ସରକାରଙ୍କର ସ୍ୱତନ୍ତ୍ର ସେଲ୍‌ ସେମାନଙ୍କ ସହ ଯୋଗାଯୋଗରେ ରହିବେ। ପଞ୍ଜୀକରଣ କରୁଥିବା ବ୍ୟକ୍ତିଙ୍କୁ ୧୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମିଳିବ ବୋଲି ସରକାର ଘୋଷଣା କରିଛନ୍ତି।

ଯେଉଁମାନେ ଗତ କିଛିଦିନ ଭିତରେ ବିଦେଶରୁ ଓଡ଼ିଶା ଆସିଛନ୍ତି ସେମାନଙ୍କୁ ନିଜ ଆଡୁ କିମ୍ବା ତାଙ୍କ ପରିବାର ମାଧ୍ୟମରେ ପଞ୍ଜୀକରଣ କରିବା ପାଇଁ ସରକାର ୩ ଦିନ ସମୟ ଦେଇଛନ୍ତି। ୧୯ ମାର୍ଚ୍ଚ ସୁଦ୍ଧା ସେମାନଙ୍କୁ ପଞ୍ଜୀକରଣ କରିବାକୁ ହେବ।

LEAVE A REPLY

Please enter your comment!
Please enter your name here