ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ସତର୍କତା ପାଇଁ ଏଣିକି ଭୁବନେଶ୍ୱରରେ ଥିବା ପ୍ରମୁଖ ହାଟଗୁଡ଼ିକ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ଖୋଲା ରହିବ। ଏନେଇ ବିଏମ୍‌ସି ପକ୍ଷରୁ କଟକଣା ଜାରି କରାଯାଇଛି। ମାର୍ଚ୍ଚ ୩୧ ଯାଏଁ ସକାଳ ୬ଟାରୁ ହାଟ ଖୋଲାଯାଇ ସନ୍ଧ୍ୟା ୬ଟାରେ ବନ୍ଦ ହେବ ବୋଲି ନିର୍ଦ୍ଦେଶ ରହିଛି।

ବିଏମ୍‌ସିର ନିର୍ଦ୍ଦେଶ ଅନୁସାରେ ୟୁନିଟ୍‌ ୧ ମାର୍କେଟ୍‌, ଯୁନିଟ୍‌ ୨ ମାର୍କେଟ୍‌, ସହିଦ ନଗର ମାର୍କେଟ୍‌, ରୁଚିକା ଡେଲି ମାର୍କେଟ, ଓଲ୍‌ଡ ଟାଉନ୍‌ ଡେଲି ମାର୍କେଟ୍‌, ଇନ୍ଦ୍ରଧନୁ ଡେଲି ମାର୍କେଟ୍‌ ଓ ଡମଣା ହାଟ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବାକୁ ନିର୍ଦ୍ଦେଶ ରହିଛି।

ଅନ୍ୟ ହାଟଗୁଡ଼ିକର ସ୍ଥିତି ଜଣାଇବାକୁ ଜୋନାଲ ଡିସିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛି। କରୋନା ଭାଇରସଠାରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଉଛନ୍ତି। ରାଜ୍ୟରେ ସମସ୍ତ ସ୍କୁଲ, କଲେଜ, ମଲ୍ ଆଦିକୁ ଏପ୍ରିଲ ୧୫ତାରିଖ ଯାଏଁ ବନ୍ଦ ରଖାଯାଇଛି।

Comment