ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଅଙ୍ଗନାବାଡି ବନ୍ଦ ହେଲେ ସୁଦ୍ଧା ଶିଶୁଙ୍କୁ ଖାଦ୍ୟ ଯୋଗାଇବେ ଅଙ୍ଗନାବାଡି କର୍ମୀ। ନିୟମିତ ଭାବରେ ଶିଶୁମାନଙ୍କ ଘରେ ଛତୁଆ, ରନ୍ଧା ଖାଦ୍ୟ କିମ୍ବା ଖାଦ୍ୟ ପାଇଁ ସୁଖିଲା ରାସନ୍ ଯୋଗାଇ ଦେବେ ଅଙ୍ଗନବାଡୀ କର୍ମୀ। ଏନେଇ ଆଜି ଓଡ଼ିଶା ରାଜ୍ୟ ସରକାର ଘୋଷଣା କରିଛନ୍ତି।

ଏହାସହ ପ୍ରତି ଗ୍ରାମରେ ଏଏନଏମ୍ ଓ ଆଶା କର୍ମୀମାନଙ୍କ ପାଖରେ ଅତ୍ୟାବଶ୍ୟକୀୟ ଔଷଧ, ଯେପରି ପାରାସିଟାମଲ୍, ଓଆରଏସ ଆଦି ଉପଲବ୍ଧ କରାଯିବ। ଆଶାକର୍ମୀମାନେ ମଧ୍ୟ ପ୍ରସୁତୀଙ୍କ ପାଖରେ ପହଞ୍ଚି ସମସ୍ତ ପ୍ରକାରର ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟରେ ସମସ୍ତ ମେଡିକାଲରେ ଥିବା ନିରାମୟ କାଉଣ୍ଟର ଓ ଜନ ଔଷଧି କେନ୍ଦ୍ର ଖୋଲା ରହିବ। ଏହି ସବୁ ସ୍ଥାନରେ ମଧ୍ୟ ସମସ୍ତ ପ୍ରକାରର ଅତ୍ୟାବଶ୍ୟକୀୟ ଔଷଧ ଉପଲବ୍ଧ କରାଇବେ ରାଜ୍ୟ ସରକାର।

କରୋନାକୁ ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୩୧ ତାରିଖ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗନାବାଡି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ତେବେ ବୁଧବାର ଶିଶୁମାନଙ୍କ ପାଖରେ ଖାଦ୍ୟ ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନେଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୪୭ଜଣଙ୍କ କରୋନା ଯାଞ୍ଚ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୬ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। କରୋନାକୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର।

Comment