ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନାର ସଫଳ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ଗାଇଡଲାଇନ୍ ଜାରି କରିଛନ୍ତି। ଏହାରି ମଧ୍ୟରେ ବ୍ୟାଙ୍କମାନଙ୍କ ପାଇଁ ମଧ୍ୟ କିଛି ଗାଇଡଲାଇନ୍ ଧାର୍ଯ୍ୟ ହୋଇଛି।
- ବ୍ୟାଙ୍କ ଶାଖା ଓ ଏଟିଏମ୍ରେ କରୋନା ସତର୍କ ସୂଚନା ପୋଷ୍ଟର ଓ ବ୍ୟାନର୍ ଲଗାଇବେ।
- କାର୍ଯ୍ୟ ସମୟରେ ସମସ୍ତ କର୍ମଚାରୀ ମାସ୍କ ବ୍ୟବହାର କରିବାକୁ ହେବ।
- ନିୟମିତ ବ୍ୟବଧାନରେ ହାତ ଧୋଇବାକୁ ଓ ଆବଶ୍ୟକ ପରିମାଣର ସାବୁନ୍/ ହ୍ୟାଣ୍ଡ ସାନିଟାଇଜର୍ ରଖିବାକୁ କୁହାଯାଇଛି।
- ସମସ୍ତ ଏଟିଏମ୍ରେ ହ୍ୟାଣ୍ଡ ସାନିଟାଇଜର୍ ଉପଲବ୍ଧ କରାଯିବ ଓ ପ୍ରତ୍ୟେକ ଟ୍ରାଂଜାକ୍ସନ୍ ପରେ ଏହାକୁ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯିବ।

- ବ୍ୟାଙ୍କ ଶାଖାରେ ଅଧିକ ଲୋକ ସମାଗମ ହେବାକୁ ଦିଆଯିବ ନାହିଁ। ଅଧିକ କାଉଣ୍ଟର ଖୋଲାଯିବ। ଗ୍ରାହକଙ୍କୁ ଛୋଟ ଛୋଟ ଦଳରେ ଶାଖା ମଧ୍ୟକୁ ପ୍ରବେଶ କରିବାକୁ ଦେବେ।
- ଏଟିଏମ୍ କାଉଣ୍ଟର ଭିତରକୁ ଜଣକ ପରେ ଜଣେ ଗ୍ରାହକ ପ୍ରବେଶ କରିବେ ଓ କୌଣସି ପରିସ୍ଥିତିରେ ମଧ୍ୟ ଏକାଧିକ ଗ୍ରାହକଙ୍କୁ ପ୍ରବେଶ କରିବାକୁ ଦିଆଯିବ ନାହିଁ।
- କରୋନା ସତର୍କତା ପ୍ରଚାର କରୁଥିବା ଓ ଅତ୍ୟନ୍ତ ଜରୁରୀ ହୋଇନଥିଲେ ବ୍ୟାଙ୍କ / ଏଟିଏମ୍କୁ ନଆସିବା ପାଇଁ ତଥା ମୋବାଇଲ୍ ବ୍ୟାଙ୍କିଂ ଓ ଇଣ୍ଟର୍ନେଟ୍ ବ୍ୟାଙ୍କିଂ ସେବା ବ୍ୟବହାର କରିବା ପାଇଁ ପରାମର୍ଶ ଦେଉଥିବା ବାର୍ତ୍ତା ଏକ ସଙ୍ଗରେ ସମସ୍ତ ଗ୍ରାହକଙ୍କୁ ଏସ୍ଏମ୍ଏସ୍ ଜରିଆରେ ବ୍ୟାଙ୍କ ଜଣାଇବେ।
- ଟ୍ରାଂଜାକ୍ସନ୍ ସମ୍ବନ୍ଧିୟ କୌଣସି ପ୍ରଶ୍ନ ଥିଲେ ନିଜେ ବ୍ୟାଙ୍କକୁ ଆସିବା ପରିବର୍ତ୍ତେ ବ୍ୟାଙ୍କ ପକ୍ଷରୁ ଉପଲବ୍ଧ କରାଯାଇଥିବା ଟେଲିଫୋନ୍ ସେବା ବ୍ୟବହାର କରିବା ପାଇଁ ଗ୍ରାହକଙ୍କୁ ସୂଚୀତ କରିବେ।
- ବ୍ୟାଙ୍କିଂ କରେସ୍ପଣ୍ଡେଣ୍ଟମାନେ ମାସ୍କ ପିନ୍ଧିବାକୁ ଓ ସେମାନଙ୍କ ପାଖରେ ହ୍ୟାଣ୍ଡ ସାନିଟାଇଜର୍ ମହଜୁଦ୍ ରଖିବା ପାଇଁ ପରାମର୍ଶ ଦେବେ। ଗ୍ରାମାଞ୍ଚଳଗୁଡିକରେ ଯେଉଁଠାରେ ହ୍ୟାଣ୍ଡ ସାନିଟାଇଜର୍ ଉପଲବ୍ଧ ନୁହେଁ ସେଠାରେ ସେମାନେ ଅନ୍ୟ ଜୀବାଣୁନାଶକ ଯେପରିକି ଡେଟଲ୍, ସାଭ୍ଲନ୍ ଆଦି ନିଜର ତଥା ଗ୍ରାହକଙ୍କ ହାତ ସଫା କରିବାକୁ ବ୍ୟବହାର କରିପାରିବେ।


















