ଓଡ଼ିଶାଲାଇଭ୍ ବ୍ୟୁରୋ

ହାତ ପରିଷ୍କାର ରହିଲେ ସ୍ଵାସ୍ଥ୍ୟ ସୁସ୍ଥ ହୋଇଥାଏ। କାରଣ ହାତ ବାଟ ଦେଇ ସିଧାସଳଖ ଜୀବାଣୁ ଆମ ଶରୀରକୁ ଯାଇଥାଏ। ବର୍ତ୍ତମାନ କରୋନା ଭାଇରସର ସଂକ୍ରମଣରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ବିଶେଷଜ୍ଞମାନେ ହାତ ଧୋଇବା ବା ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି। ତେବେ ଆପଣ ଜାଣିଛନ୍ତି କି ସାନିଟାଇଜରକୁ କେମିତି ବ୍ୟବହାର କଲେ ଆପଣ ସୁରକ୍ଷିତ ରହିପାରିବେ?
View this post on Instagram
How to handrub? Use alcohol-based handrub 🧴 for 20-30 seconds . #COVID19 #coronavirus
ନିୟମିତ ବ୍ୟବଧାନରେ ହାତରେ ସାନିଟାଇଜର ଲଗାନ୍ତୁ।
ହାତରେ ସାନିଟାଇଜର ଆଣନ୍ତୁ।
ଏବେ ପାପୁଲିକୁ ପାପୁଲି ମକଚନ୍ତୁ। ବିଭିନ୍ନ ଆଙ୍ଗୁଠି, ଆଙ୍ଗୁଠି ସନ୍ଧି, ନଖ, କଚୋଟି, ତଳ ଉପର ଭଲ ଭାବରେ ହାତକୁ ମକଚନ୍ତୁ। ହାତର ତଳ ଓ ଉପରକୁ ଭଲ ଭାବରେ ମାଲିସ କରନ୍ତୁ।

କେତେବେଳେ ବ୍ୟବହାର କରିବେ ସାନିଟାଇଜର?
ଯାତ୍ରା କରିବା ସମୟରେ ସାନିଟାଇଜର ବ୍ୟବହାର କରିବେ।
ଯଦି କୌଣସି ଅପରିଷ୍କାର ସ୍ଥାନକୁ ଛୁଇଁଥିବେ, ତେବେ ସାନିଟାଇଜର ବ୍ୟବହାର କରିବେ।
ସର୍ବ ସାଧାରଣ ସ୍ଥାନରୁ ଆସିବା ପରେ ହାତକୁ ସାନିଟାଇଜ୍ ଜରୁରୀ।
କାହାଠୁ ଟଙ୍କା ନେବା ଆଣିବା ସମୟରେ ସାନିଟାଇଜର ବ୍ୟବହାର କରିବେ।
ସାନିଟାଇଜର ବ୍ୟବହାର କରିବା ପୂର୍ବରୁ ଧ୍ୟାନ ଦେବେ ଯେପରି ଆପଣଙ୍କ ହାତ ଶୁଖିଲା ଥିବ।
ସାନିଟାଇଜର ବ୍ୟବହାର କରିସାରିବା ପରେ ହାତ ଧୁଅନ୍ତୁ ନାହିଁ।













