ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତରେ ହୁ ହୁ ହୋଇ ବ୍ୟାପିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏହି ସଂଖ୍ୟା ଏବେ ୧୯୫କୁ ଛୁଇଁଲା। ମହାରାଷ୍ଟ୍ରରେ ସର୍ବାଧିକ ୪୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଉତ୍ତରପ୍ରଦେଶରେ ୨୮ ଜଣ ଆକ୍ରାନ୍ତ ଅଛନ୍ତି।

ଚୀନର ଉହାନରୁ ସୃଷ୍ଟି ହୋଇଥିବା ଭାଇରସ ବର୍ତ୍ତମାନ ୧୬୦ ଦେଶକୁ ବ୍ୟାପି ସାରିଛି। ପୂରା ବିଶ୍ଵରେ ଗତ ୨୪ ଘଣ୍ଟା ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାରରୁ ଅଧିକ ବୃଦ୍ଧି ପାଇଛି। ବର୍ତ୍ତମାନ ସାରାବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୧୯ ହଜାର ୩୫୧ ରହିଛି।  ଗୁରୁବାର ପଞ୍ଜାବରେ ଜଣେ ୭୦ ବୟସ୍କ ବୃଦ୍ଧା କରୋନାରେ ପ୍ରାଣ ହରାଇଛନ୍ତି।

Comment