ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ଭାରତରେ କରୋନା ଭୂତାଣୁ ପ୍ରବେଶ କରିବା ପରେ ଓଡ଼ିଶା ସରକାର ସାମାଜିକ ଦୂରତା ବା ବିଶାଳ ଜନସମାବେଶ ବା କୌଣସି ସାମାଜିକ ଓ ଧାର୍ମିକ ଅନୁଷ୍ଠାନଠାରୁ ନିଜକୁ ଦୂରେଇ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

କରୋନା ଭାଇରସରୁ ସୁରକ୍ଷିତ ରହିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଡଭାଇଜରି ଜାରି ହୋଇଥିଲା। ଏହାପରେ ବ୍ରହ୍ମପୁରରେ ଥିବା ମୁସଲମାନ ସମ୍ପ୍ରଦାୟର ହଜାର ହଜାର ବ୍ୟକ୍ତି ମସଜିଦରେ ନମାଜ ନ ପଢ଼ି ନିଜ ନିଜ ଘରେ ଶୁକ୍ରବାର ବିଶେଷ ନମାଜ ପଢ଼ିଛନ୍ତି।

ପୂର୍ବରୁ ବ୍ରହ୍ମପୁରର ୭ ଟି ମସଜିଦର ପରିଚାଳନା କମିଟି ବୈଠକ ବସି ଏଭଳି ନିଷ୍ପତି ନେଇଥିଲେ। ପରିଚାଳନା କମିଟି ପକ୍ଷରୁ ସମସ୍ତଙ୍କୁ ଦୈନଦିନ ନମାଜ ମଧ୍ୟ ମସଜିଦ ନ ଆସି ନିଜ ନିଜ ଘରେ ପଢ଼ିବାକୁ ଅନୁରୋଧ କରାଯାଇଛି ବୋଲି ବିଜେଡି ସଂଖ୍ୟାଲଘୁ ସେଲ ରାଜ୍ୟ ସମ୍ପାଦକ ମହମ୍ମଦ ଫୟାଜ ଖାଁ କହିଛନ୍ତି।

ବ୍ରହ୍ମପୁରରେ ଥିବା ୭ ଟି ଯାକ ମସଜିଦରେ ପ୍ରାୟ ୧୨ ହଜାର ବ୍ୟକ୍ତି ଶୁକ୍ରବାର ନମାଜ ପଢ଼ିଥା’ନ୍ତି ଓ କେବଳ ଜାମିଆ ମସଜିଦରେ ୩୫୦୦ ଜଣ ନମାଜ ପଢ଼ିଥା’ନ୍ତି।

Comment