ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିବା ‘ଜନତା କର୍ଫ୍ୟୁ’କୁ ସମର୍ଥନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରବିବାର ସକାଳ ୭ଟାରୁ ରାତି ୯ଟା ଯାଏଁ କେହି ଘରୁ ନବାହାରିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟର ଜନସାଧାରଣଙ୍କୁ ନିବେଦନ କରିଛନ୍ତି।
କରୋନା ଭାଇରସ୍କୁ ମୁକାବିଲା କରିବା ପାଇଁ ସାମାଜିକ ଦୂରତାକୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଆସନ୍ତା ରବିବାର ‘ଜନ କର୍ଫ୍ୟୁ’ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ‘‘ଜନତା କର୍ଫ୍ୟୁକୁ ସମସ୍ତେ ମାନିବା ଦରକାର। ରବିବାର ଦିନ ସକାଳ ୭ଟାରୁ ରାତି ୯ଟା ଯାଏଁ ବାହାରକୁ ବାହାରିବାନି। ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟ କର୍ମୀମାନେ ସେମାନଙ୍କ କାମ ଠିକ୍ଠାକ୍ କରୁଥିବାରୁ ସେମାନଙ୍କୁ ଧନ୍ୟବାଦ।’’













