ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ସଂକ୍ରମଣ ରୋକିବା ପାଇଁ ଟୁଇନ୍‌ ସିଟିରେ ଲାଗୁ ହେଲା ଅଡ୍‌-ଇଭିନ୍‌ ଫର୍ମୁଲା। ଆଜି ଟୁଇନ୍‌ ସିଟିରେ ଅଡ୍‌ ନମ୍ବର ପରିବହନ ଗାଡ଼ି ଚାଲିବ। ଆଜି ହେଉଛି ଅଡ୍‌ ନମ୍ବର ଦିନ। ଏଣୁ ଏହିଦିନ କେବଳ ଅଡ୍‌ ନମ୍ବର ଗାଡ଼ି ଭୁବନେଶ୍ୱର ରାସ୍ତାରେ ଚଳାଚଳ କରିବ। ଉଦାହରଣ ସ୍ୱରୂପ OD02X 1235/3579 ନମ୍ବର ଗାଡ଼ି।

ଗାଡ଼ିର ଶେଷ ନମ୍ବର ଯୁଗ୍ମ-ଅଯୁଗ୍ମ ଅନୁସାରେ ଚାଲିବ। ଗାଡ଼ିର ଶେଷ ନମ୍ବର ୨,୪ ,୬, ୮,୦ ହୋଇଥିଲେ ତାହା ଯୁଗ୍ମ ନମ୍ବର। ସେହିପରି ଗାଡ଼ିର ଶେଷ ନମ୍ବ       ର ୧, ୩, ୫, ୯ ନମ୍ବର ହୋଇଥିଲେ ଅଯୁଗ୍ମ ବୋଲି ବିବେଚନା କରାଯିବ।

ଯେଉଁ ବସ୍‌, ଟ୍ୟାକ୍ସି ଏବଂ ଅଟୋରିକ୍ସାର ଅଡ୍‌ ରେଜିଷ୍ଟ୍ରେସନ ନମ୍ବର ରହିଛି ସେଗୁଡ଼ିକ ଅଡ୍‌ ଦିନରେ ଚାଲିବ। ଯେଉଁ ଗାଡ଼ିଗୁଡ଼ିକର ଇଭିନ ନମ୍ବର ଅଛି ସେଗୁଡ଼ିକ ଇଭିନ୍‌ ଦିନରେ ଚାଲିବ।

ଘରୋଇ ଗାଡ଼ିଗୁଡ଼ିକ ଉପରେ କୌଣସି କଟକଣା ଲାଗୁ କରାଯାଇ ନାହିଁ। ଘରୋଇ ହସ୍ପିଟାଲମାନେ ଯେଉଁ ଗାଡ଼ିଗୁଡ଼ିକ ଭଡ଼ାରେ ଆଣି ବ୍ୟବହାର କରୁଛନ୍ତି ଏବଂ ଯେଉଁ ଗାଡ଼ିଗୁଡ଼ିକ ମେଡିକାଲ କର୍ମଚାରୀ ଓ ଡାକ୍ତରମାନଙ୍କୁ ନେବା ଆଣିବା କରୁଛନ୍ତି ସେମାନଙ୍କ ପାଇଁ ଏହି ନିୟମ ଲାଗୁ ହେବ ନାହିଁ। ପରିହନ ବିଭାଗ ପକ୍ଷରୁ ଯେଉଁ ନିୟମ ଲାଗୁ କରାଯାଇଛି ସେ ନିୟମ ବଳବତ୍ତର ରହିବ। ସାମାଜିକ ଦୂରତା ରକ୍ଷା କରିବା ପାଇଁ ଓଭରଲୋଡିଂ ଉପରେ ନଜର ରଖାଯିବ। ମାର୍ଚ୍ଚ ୨୧ରୁ ଏହି ନିୟମ ଲାଗୁ ହେବ। ପରବର୍ତ୍ତୀ ନିର୍ଦ୍ଦେଶନାମା ଆସିବା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ।

Comment