ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ସାରା ଦେଶରେ କରୋନା ମୃତ୍ୟୁ ସଂଖ୍ୟା ବଢ଼ିବା ସହ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର କଟକଣା ଜାରି କରିଛନ୍ତି। ପୂରା ପଞ୍ଜାବ ରାଜ୍ୟକୁ ‘ଲକ୍ଡାଉନ୍’ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ।
ପଞ୍ଜାବ ମୁଖ୍ୟ ଶାସନ ସଚିବ କାରାନା ସମ୍ପର୍କିତ ରିପୋର୍ଟ ଦେବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହ ଏହି କଟକଣା ଜାରି କରିଛନ୍ତି। କେବଳ ଜରୁରୀକାଳୀନ ସେବା ଜାରି ରହିବ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହି କଟକଣା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଜାରି ରହିବ।
ଗତକାଲି ରାଜସ୍ଥାନ ‘ଲକ୍ଡାଉନ୍’ ଘୋଷଣା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହି ଘୋଷଣା କରିଥିଲେ। ରାଜସ୍ଥାନରେ ବି ଏହି କଟକଣା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ।
ଓଡ଼ିଶା ସରକାର ମଧ୍ୟ ‘ଲକ୍ଡାଉନ୍’ ଘୋଷଣା କରିଛନ୍ତି। ୫ଟି ଜିଲ୍ଲା ଏବଂ ୮ ସହରରେ ଏହି କଟକଣା ଜାରି ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଥିଲେ।













