ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଭାରତରେ ଆଉ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି। ସୋମବାର ମହାରାଷ୍ଟ୍ରର କସ୍ତୁରବା ହସ୍ପିଟାଲରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକଙ୍କ ବୟସ ୬୮ବର୍ଷ। ଏହାସହିତ ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୭କୁ ଛୁଇଁଛି।

ମୃତ ବ୍ୟକ୍ତି ଜଣକ ଫିଲିପାଇନ୍ସର ନାଗରିକ ବୋଲି ଜଣା ପଡ଼ିଛି। କିଛିଦିନ ପୂର୍ବରୁ ସେ ଫିଲିପାଇନ୍ସରୁ ଭାରତ ଆସିବା ବେଳେ ବିମାନ ବନ୍ଦରରେ ତାଙ୍କର ସ୍କ୍ରିନିଂ କରାଯାଇଥିଲା। ସ୍କ୍ରିନିଂ ବେଳେ ତାଙ୍କ ଦେହରେ କରୋନା ଲକ୍ଷଣ ଦେଖା ଦେଇଥିଲା। ଫଳରେ ତାଙ୍କୁ କସ୍ତୁରିବା ହସ୍ପିଟାଲ୍‌ର ଆଇସୋଲେସନ ଓ୍ଵାର୍ଡରେ ଭର୍ତ୍ତି କରାଯାଇଥିଲା।

ଭାରତରେ କୋରନା ସ୍ଥିତି ଗମ୍ଭିର ହେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୪୧୫ଜଣ କୋରନା ରୋଗୀ ଚିହ୍ନଟ ହୋଇଛନ୍ତି। ସମସ୍ତଙ୍କୁ ନିକଟସ୍ତ ମେଡ଼ିକାଲର ଆଇସୋଲେସନ ଓ୍ଵାର୍ଡରେ ରଖି ଚିକିତ୍ସା କରାଯାଉଛି। ତେବେ ସେମାନଙ୍କ ମଧ୍ୟରୁ ୨୩ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।

କୋରନାକୁ ନେଇ ସଜାଗ ରହିବାକୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବାରମ୍ବାର ସାମାଜିକ ସୁରକ୍ଷା ରକ୍ଷା କରିବାକୁ ପରାମର୍ଶ ଦିଆଯାଉଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ ଲକ୍ ଡାଉନ ଘୋଷଣା ହୋଇଛି।

1 COMMENT

Comment