ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ମୁକାବିଲା ପାଇଁ ହାଇକୋର୍ଟରେ ବିଚାର ସମ୍ପର୍କିତ ନିର୍ଦ୍ଦେଶନାମା ଜାରି ହୋଇଛି। ମାର୍ଚ୍ଚ ୩୧ ତାରିଖ ଯାଏଁ କୌଣସି ମାମଲାର ଶୁଣାଣି ହେବ ନାହିଁ।

ସେହିଭଳି ମାର୍ଚ୍ଚ ୨୩ତାରିଖ ପାଇଁ ହେବାକୁ ଥିବା ଶୁଣାଣିଗୁଡ଼ିକୁ ସ୍ଥଗିତ ରଖାଯାଇଛି। ଅତି ଗୁରୁତ୍ଵପୁର୍ଣ୍ଣ ମାମଲା ବିଷୟରେ ଡେପୁଟି ରେଜିଷ୍ଟ୍ରାରଙ୍କୁ ଜଣାଯିବ। ହ୍ଵାଟସ୍ଆପ ଓ ଭିଡିଓ କଲ୍ ଜରିଆରେ ଏହି ମାମଲା ବିଷୟରେ ଅବଗତ ହେବେ ଡେପୁଟି ରେଡିଷ୍ଟ୍ରାର।

ଏହାସହ ହାଇକୋର୍ଟରେ ଆବଶ୍ୟକ ଅନୁସାରେ ରୋଟେସନ ଭିତ୍ତିରେ ଷ୍ଟାଫ ନିୟୋଜନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ହାଇକୋର୍ଟ ରେଜିଷ୍ଟ୍ରାର ସୂଚନା ଦେଇଛନ୍ତି।

ଗୋଟିଏ ସ୍ଥାନରେ ୭ଜଣରୁ ଅଧିକ ଲୋକଙ୍କୁ ଏକାଠି ହେବା ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। ମାମଲାର ଶୁଣାଣି ବେଳେ ଅଧିକ ଲୋକ ଏକାଠି ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ହାଇକୋର୍ଟ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି।

କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨ଜଣ କୋରନା ରୋଗୀ ଚିହ୍ନଟ ହୋଇଛନ୍ତି। ସାମାଜିକ ଦୂରତା ରକ୍ଷା କରିବା ପାଇଁ ରାଜ୍ୟର ୫ଟି ଜିଲ୍ଲା ଓ ୮ଟି ସହରରେ ଲକ୍‌ଡାଉନ ଘୋଷଣା ହୋଇଛି।

Comment