ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନ ବିରୋଧରେ ଏକ କ୍ଷତିପୁରଣ ମାମଲା ରୁଜୁ କରାଯାଇଛି। କୋଭିଡ୍‌-୧୯ ଭୂତାଣୁ ଛାଡ଼ିଥିବାରୁ ଚୀନକୁ ଏଥିପାଇଁ ଦାୟୀ କରାଯାଇଛି। ଏହି ଭୂତାଣୁ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି ବୋଲି ଏହି ମକଦ୍ଦମାରେ କୁହାଯାଇଛି। ଟେକ୍ସସର ଏକ କୋର୍ଟରେ ଏହି କ୍ଷତିପୂରଣ ମାମଲା ରୁଜୁ ହୋଇଛି। ଚୀନ ସରକାର, ଏହାର ମିଲିଟାରି ଓ ମେଜର ଜେନେରାଲ, ଉହାନ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି ସମସ୍ତଙ୍କୁ ଏଥିରେ ପକ୍ଷଭୁକ୍ତ କରାଯାଇଛି।

ଲାରୀ କ୍ଲେମେନ ଓ ତାଙ୍କ ଲ ଫାର୍ମ ଫ୍ରିଡମ ୱାଚ ପକ୍ଷରୁ ମାମଲାରେ କୁହାଯାଇଛି ଯେ, କରୋନା ଭାଇରସ ସୃଷ୍ଟି କରିବା ଓ ତାହାକୁ ଛାଡ଼ିବା (ଦୁର୍ଘଟଣାବଶତଃ ହେଉ କି ଅନ୍ୟଥା) ପାଇଁ ଚୀନ ହି ଦାୟୀ। ଚୀନ ଆନ୍ତର୍ଜାତିକ ଚୁକ୍ତିର ଖିଲାପ କରିଛି ବୋଲି ଏହି ଆକ୍ସନ ସୂଟରେ କୁହାଯାଇଛି। ଜୀବାସ୍ତ୍ର (ବାୟୋଲୋଜିକାଲ ୱେପନ)ପରୀକ୍ଷା ଓ ଏହାର ବ୍ୟବହାର ଏକ ଅପରାଧ ହୋଇଥିଲେ ହେଁ ଚୀନ ଏହା କରିଥିବାରୁ ଚୀନକୁ କ୍ଷତିପୂରଣ ଦେବାକୁ ହେବ ବୋଲି ରିଟରେ କୁହାଯାଇଛି।

କରୋନା ଯୋଗୁଁ ଆମେରିକାର ୩୦୦୦ ଲୋକ ଆକ୍ରାନ୍ତ ହେବା ସହ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ୬୧ ଜଣଙ୍କ ପ୍ରାଣ ହାନି ହୋଇଥିବାରୁ ଚୀନକୁ ୨୦ ଟ୍ରିଲିୟନ ଡଲାର କ୍ଷତିପୂରଣ ଅର୍ଥ ପ୍ରଦାନ କରିବା ପାଇଁ ହେବ ବୋଲି ଆକ୍ସନ ସୁଟରେ ଉଲ୍ଲେଖ କରାଯାଇଛି।

Comment