ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

 ବଲିଉଡରୁ ଓଲିଉଡ ସବୁଠି କରୋନା ଚର୍ଚ୍ଚା। କିଏ ଗୀତ ଗାଇ ତ କିଏ ଅଭିନୟ କରି ଭିନ୍ନ ଭିନ୍ନ ଉପାୟରେ ଲୋକଙ୍କୁ ସଚେତନ କରାଉଛନ୍ତି ସେଲିବ୍ରିଟି। ଏହି କ୍ରମରେ ସାମିଲ ହୋଇଛନ୍ତି ଓଲିଉଡ ଅଭିନେତା ଆକାଶ ଦାସନାୟକ। ଆକାଶ ତାଙ୍କ ୟୁଟ୍ୟୁବ ଚ୍ୟାନେଲ ‘ଆକାଶ ଇନ୍ସପାୟର୍ସ’ରେ କିଭଳି ସଠିକ ପ୍ରଣାଳୀରେ ହାତ ଧୋଇବେ ଶିଖାଇବା ସହିତ କରୋନା ପାଇଁ ଦେଇଛନ୍ତି ସଚେତନତା ବାର୍ତ୍ତା।

ତେବେ ଆସନ୍ତୁ ଜାଣିବା ଆକାଶଙ୍କ ହାତ ଧୁଆ ପ୍ରଣାଳୀ କ’ଣ?

– ପ୍ରଥମେ ଦୁଇ ହାତକୁ ଭଲ ଭାବେ ସାବୁନରେ ଘଷିବା ଦରକାର।

– ପାଖାପାଖି ୨୦ ସେକେଣ୍ଡ ଯାଏଁ ହାତ ଧୋଇବା ଆବଶ୍ୟକା

– ହାତକୁ ସାବନୁରେ ମକଚି, ହାତ ପାପୁଲି, ବିଭିନ୍ନ ଆଙ୍ଗୁଠି, ଆଙ୍ଗୁଠି ସନ୍ଧି, ନଖ, କଚଟିର ତଳ ଉପର ଭଲ ଭାବେ ଧୁଅନ୍ତୁ।

– ସାଧାରଣତଃ ରନିଙ୍ଗ୍‌ ଓ୍ୱାଟର ବା ପାଇପ ପାଣିରେ ହାତ ଧୋଇବାକୁ ଭିଡିଓ ମାଧ୍ୟମରେ କହିଛନ୍ତି ଆକାଶ।

ମାସ୍କ ବାନ୍ଧିବା ଅପେକ୍ଷା ହାତ ଧୋଇବା ବେଶୀ ଜରୁରୀ ବୋଲି ଆକାଶ ତାଙ୍କ ଭିଡିଓ ମାଧ୍ୟମରେ କହିଛନ୍ତି।

‘‘ଅନେକ ସମୟରେ ଆମେ ନିତ୍ୟ ବ୍ୟବହାର୍ଯ୍ୟ ଜିନଷ ଯେମିତିକି ମୋବାଇଲ ଫୋନ, ଟିଭି ରିମୋଟ, ଏସି ରିମୋଟକୁ ଏଠି ସେଠି ଥୋଇ ଦେଉଥାଉ। ପୁଣି ସେହି ଜିନିଷକୁ ହାତରେ ଧରିଥାଉ। ତା’ ମାଧ୍ୟମରେ ଭୂତାଣୁ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ନିୟମିତ ବ୍ୟବଧାନରେ ନିଜର ମୋବାଇଲ, ଓ ରିମୋଟକୁ ସାନିଟାଇଜ କରିବା ଜରୁରୀ’’, କହିଛନ୍ତି ଆକାଶ।

Comment