ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ସମଗ୍ର ବିଶ୍ୱରେ ୧ ଲକ୍ଷ କରୋନା ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇଥିବା ଜଣାପଡ଼ିଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ତଥ୍ୟ ଅନୁଯାୟୀ, କରୋନା ଭୂତାଣୁ ମୋଟ୍‌ ୧୯୦ଟି ଦେଶରେ ବ୍ୟାପି ସାରିଛି। ୩ ଲକ୍ଷ ୩୪ ହଜାର ୯୮୧ ବ୍ୟକ୍ତି କରୋନାରେ ଆକ୍ରାନ୍ତ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୪ ହଜାର ୬୫୨ ଲୋକଙ୍କ ମୃତ୍ୟୁ ହୋଇଛି।

ସେପଟେ ଚୀନ୍‌ରେ ୮୧ ହଜାର ବ୍ୟକ୍ତି କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଥିଲେ। ସେଥିରୁ ୭୨ ହଜାର ସୁସ୍ଥ ହୋଇଛନ୍ତି।

ଏପଟେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୪୪୬ରେ ପହଞ୍ଚିଛି। ଏଥିରୁ ୩୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Comment